fbpx

ଭି.କେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ରାଜ୍ୟର ୫-ଟି ସଚିବ ଭି.କେ ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ଗ୍ରହଣ କରିଛନ୍ତି । ପାଣ୍ଡିଆନଙ୍କ ଭିଆରଏସକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ (ଜିଏ) ବିଭାଗର ଅତିରିକ୍ତି ମୁଖ୍ୟ ଶାସନ ସଚିବ (ଏସିଏସ)ଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅନୁସଚିବ ଚିଠି ଲେଖିଛନ୍ତି ।

ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ନେଇ ରାଜ୍ୟ ସରକାର ପଠାଇଥିବା ଆବେଦନକୁ ମଞ୍ଜୁର କରାଯାଇଛି । ଗତ ୨୦ ତାରିଖରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିବା ଆବେଦନକୁ ମଞ୍ଜୁରୀ ମିଳିଛି । ସର୍ବଭାରତୀୟ ସେବା ଆଇନ ୧୬(୨ଏ) ଅନୁସାରେ ଉକ୍ତ ଆବେଦନକୁ ମଞ୍ଜୁରୀ ମିଳିଥିବା ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ।

ତେବେ ପାଣ୍ଡିଆନ କାହିଁକି ଅଚାନକ ଅବସର ଗ୍ରହଣ କଲେ ସେନେଇ ଏବେ ରାଜ୍ୟରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଗତ କିଛିଦିନ ଧରି ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଭାବେ ଚର୍ଚ୍ଚା ହେଉଥିଲା । ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହୋଇ ପାଣ୍ଡିଆନ ଶାସକ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବାରୁ ତାହାକୁ ବିରୋଧୀ ଦଳମାନେ ସମାଲୋଚନା କରିଥିଲେ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋଲାଖୋଲି ଭାବେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ତେବେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ ଆଗକୁ କ’ଣ ଘଟିବ ତା’ ଉପରେ ଏବେ ସଭିଙ୍କ ନଜର ରହିଛି ।

 

Get real time updates directly on you device, subscribe now.