ଜମୁଇ: ବିହାରର ଜମୁଇରୁ ଏକ ସମଲିଙ୍ଗୀ ବିବାହ ମାମଲା ସାମ୍ନାକୁ ଆସିଛି। ଦୁଇ ଝିଅ ପରସ୍ପରକୁ ଭଲ ପାଉଥିଲେ ଏବଂ ଏହାପରେ ଦୁହେଁ ମନ୍ଦିରରେ ବିବାହ କରିଥିଲେ । ୨୦ ବର୍ଷୀୟା କୁମକୁମଙ୍କ ମଥାରେ ୧୮ ବର୍ଷୀୟା ନିଶା ସିନ୍ଦୂର ଭରିବା ପରେ ମଙ୍ଗଳସୂତ୍ର ମଧ୍ୟ ପିନ୍ଧିଥିଲେ। ତେବେ ପ୍ରେମରେ ବାଧକ ସିଜିଥିଲେ ନିଶାଙ୍କ ବାପା, ସେ ଏନେଇ ଥାନାରେ ମାମଲା ରୁଜୁ କରିଥିଲେ। ବର୍ତ୍ତମାନ ଉଭୟଙ୍କୁ ଅଟକ ରଖିଛି ପୋଲିସ।
ଜମୁଇ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳର ନିଶା କୁମାରୀ ଗତ ଅକ୍ଟୋବର ୨୪ ତାରିଖରେ ମେଳା ଦେଖିବା ବାହାନାରେ ଘରୁ ବାହାରିଥିଲେ ମଧ୍ୟ ଆଉ ଫେରିନଥିଲେ। ୧୮ ବର୍ଷୀୟା ନିଶା ସ୍ୱାମୀ ଓ ୨୦ ବର୍ଷୀୟ କୁମକୁମ ପତ୍ନୀ ଭାବେ ନଜର ଆସିଥିଲେ। ଏହି ପୂରା ଘଟଣାରେ ନିଶାଙ୍କ ବାପା ଥାନାରେ କୁମକୁମଙ୍କ ବିରୋଧରେ ଅପହରଣ ଅଭିଯୋଗ କରିଥିଲେ। ଏହାପରେ ଉଭୟଙ୍କୁ ଉଦ୍ଧାର କରାଯାଇ ପଚରାଉଚରା କରାଯାଇଥିଲା। ଦୁଇ ଝିଅ କହିଛନ୍ତି, ଯଦି ସେମାନେ ଆମକୁ ଅଲଗା କରିବାକୁ ଚେଷ୍ଟା କରନ୍ତି, ତେବେ ଆମେ ଆତ୍ମହତ୍ୟା କରିବୁ।
ଦୁହେଁ କହିଛନ୍ତି ଯେ ଦେଢ଼ ବର୍ଷ ପୂର୍ବେ ଏକ ବିବାହ ଉତ୍ସବରେ ସେମାନଙ୍କର ସାକ୍ଷାତ ହୋଇଥିଲା। ସେବେଠାରୁ ଉଭୟଙ୍କ ମଧ୍ୟରେ ମୋବାଇଲରେ କଥାବାର୍ତ୍ତା ହୋଇଥିଲା। ଏହାପରେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଯାଇଥିଲେ। ଯେତେବେଳେ ନିଶାଙ୍କୁ ବିବାହ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ଆମେ ପରସ୍ପରକୁ ଭଲ ପାଉ ଏବଂ ବଞ୍ଚିପାରିବୁ ନାହିଁ ।
ଦୁହେଁ ଜମୁଇର ପଞ୍ଚମନ୍ଦିରରେ ବିବାହ କରିଥିଲେ। ଏବେ ସେମାନେ ଏକାଠି ରହିବାକୁ ଚାହୁଁଛନ୍ତି। କୁମକୁମ କହିଛନ୍ତି ଯେ ଆମେ ଭଲ ପାଉ ତେଣୁ ଆମେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ । ନିଶା କହିଛନ୍ତି ଯେ ଦେଢ଼ ବର୍ଷ ହେବ ସେମାନେ ପରସ୍ପରକୁ ଭଲ ପାଉଥିଲେ। ନିଶାଙ୍କ ବାପା ଲିଖିତ ଅଭିଯୋଗକୁ ଆଧାର କରି ଥାନା ଅଧିକାରୀ ରାଜବର୍ଦ୍ଧନ କୁମାର କହିଛନ୍ତି। ଉଭୟଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ରିମାଣ୍ଡ ହୋମକୁ ପଠାଯାଇପାରେ।