‘ଥଲାଇଭର ୧୭୦’ସେଟ୍‌ରୁ ସାମ୍ନାକୁ ଆସିଲା ଫଟୋ, ବିଗ୍ ବି ଓ ରଜନୀକାନ୍ତଙ୍କୁ ଏକ ସଙ୍ଗେ ଦେଖି ବଢିଗଲା ଦର୍ଶକଙ୍କ ଉତ୍ସାହ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଓ ରଜନୀକାନ୍ତ ନିଜର ଆଗାମୀ ଫିଲ୍ମ ‘ଥଲାଇଭର ୧୭୦’କୁ ନେଇ ଚର୍ଚ୍ଚାରେ ଅଛନ୍ତି । କାହିଁକିନା ଏହି ୨ ସୁପରଷ୍ଟାର ୩୩ ବର୍ଷ ପରେ ଏକ ସଙ୍ଗେ କାମ କରିବାକୁ ଯାଉଛନ୍ତି । ରବିବାର ପ୍ରଡକ୍ସନ ବ୍ୟାନର ଗୋଟିଏ ଫ୍ରେମ୍‌ରେ ଦୁଇଜଣ ମେଗାଷ୍ଟାରଙ୍କର ଏକ ସଙ୍ଗେ ବିଟିଏସ୍ ଫଟୋ ସେୟାର କରିଛି ଓ କହିଛି କି ମୁମ୍ବାଇ ସେଡ୍ୟୁଲର ଶୁଟିଂ ଶେଷ ହୋଇଯାଇଛି । ଏହି ଫଟୋ ଫିଲ୍ମକୁ ନେଇ ଫ୍ୟାନ୍ସମାନଙ୍କ ଉତ୍ସାହ ବଢାଇ ଦେଇଛି ।

ଏହି ଦୁଇ ମେଗାଷ୍ଟାରଙ୍କ ପରଫେକ୍ଟ ଫ୍ରେମ ବିଶିଷ୍ଟ ଫଟୋ ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ଦେଖିବାକୁ ମିଳୁଛି କି ଅମିତାଭ ଅଫିସ୍‌ରେ ଗୋଟିଏ ରୁମ୍‌ରେ ଏକ ଚେୟାର ଉପରେ ବସି ନିଜ ଫୋନ୍‌ରେ କିଛି ଚେକ୍ କରୁଥିବାର ନଜର ଆସୁଛନ୍ତି । ଏହି ସମୟରେ ରଜନୀକାନ୍ତ ସ୍ମିତ ହସି ବିଗ୍ ବିଙ୍କ କାନ୍ଧରେ ହାତ ରଖି ଫୋନ୍‌କୁ ଚାହିଁଛନ୍ତି । ଏହି ସମୟରେ ରଜନୀକାନ୍ତ ଧଳା ସାର୍ଟ ଓ ଗ୍ରେ କଲରର କୋର୍ଟରେ ନଜର ଆସୁଥିବା ବେଳେ ରଜନୀକାନ୍ତ ଏହି ସିନ୍ ଲାଗି ବ୍ରାଉନ୍ ରଙ୍ଗର ସାର୍ଟ ପିନ୍ଧିଛନ୍ତି ।

ଲାଇକା ପ୍ରଡକ୍ସନ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଯେତେବେଳେ ସୁପରଷ୍ଟାର ଓ ଶେହନଶା ୩୩ ବର୍ଷ ପରେ ସ୍କ୍ରିନ୍‌ରେ ନଜର ଆସିବେ । ଥଲାଇଭର ୧୭୦ ରେ ଲିଜେଣ୍ଡସ୍‌ଙ୍କ ଡବଲ ଡୋଜ୍ ଦର୍ଶକଙ୍କ ପାଇଁ ଆସିବାକୁ ଯାଉଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଅମିତାଭ ବଚ୍ଚନ ଓ ରଜନୀକାନ୍ତ ୧୯୯୧ରେ ଶେଷ ଥର ମୁକୁଳ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ହମ୍‌’ରେ ଏକ ସଙ୍ଗେ କାମ କରିଥିଲେ । ଏହି ଫିଲ୍ମରେ ଉଭୟ ଦୁଇ ଭାଇ ଭୂମିକା ନିଭାଇଥିଲେ । ଏହି ନୂଆ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜୟ ଭୀମ୍ ଫେମ୍ ର ଟିଜେ ଜ୍ଞାନୱେଲ । ଏଥିରେ ଅଭିନେତା ଫହଦ ଫାସିଲ ଓ ରାଣା ଦଗୁବାଟୀ ମଧ୍ୟ ନଜର ଆସିବେ ।

Get real time updates directly on you device, subscribe now.