fbpx

ପୁଣିଥରେ ଆଜି ବିକ୍ଷୋଭ ଯୋଗୁଁ ଟ୍ରେନ ବାତିଲ

ଭୁବନେଶ୍ୱର, ୧୫ା୧୨(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ନେଇ ଆନ୍ଦୋଳନ ପାଇଁ ଆଜି ବି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଯାଉଥିବା ଟ୍ରେନ ବାତିଲ ହୋଇଛି । ପୁରୀରୁ ପୁରୀ-ଚେନ୍ନାଇ ଏକ୍ସପ୍ରେସ, ପୁରୀ-ସାନ୍ତ୍ରାଗଚ୍ଛି ପାସେଞ୍ଜର ବାତିଲ ହୋଇଛି । ଦିଘାପୁର ଦୀଘା-ପୁରୀ, ତିରୁପତିରୁ ତିରୁପତି-ହାୱାଡ଼ା ଏକ୍ସପ୍ରେସ ବାତିଲ ହୋଇଥିବା ସୂଚନା ମିଳିଛି । ସେହିପରି ସିକନ୍ଦରାବାଦରୁ ସିକନ୍ଦରାବାଦ-ଗୌହାଟୀ ଏକ୍ସପ୍ରେସ ମଧ୍ୟ ବାତିଳ ହୋଇଛି । ହାଇଦ୍ରାବାଦରୁ ଇଷ୍ଟକୋଷ୍ଟ, ଚେନ୍ନାଇରୁ କରମଣ୍ଡଳ ଏକ୍ସପ୍ରେସ ବାତିଲ ହୋଇଥିବା ଜଣାପଡ଼ିଛି । ଭାସ୍କୋଡ଼ାଗାମା-ହାୱାଡ଼ା ଅମରାବତୀ ଏକ୍ସପ୍ରେସ ମଧ୍ୟ ବାତିଲ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ମଧ୍ୟ ବିଭିନ୍ନ ରେଳ ଷ୍ଟେସନରେ ଜଳାପୋଡ଼ା, ଭଙ୍ଗାରୁଜା ଓ ଅବରୋଧ ହୋଇଥିବା ସୂଚନା ମିଳିଥିଲା । ସଂକ୍ରାଏଲ, ମୌରିଗ୍ରାମ, ବାଙ୍କରା, ନୟାବାଜ ଓ ନଲପୁର ଷ୍ଟେସନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା । ହାୱାଡ଼ାରୁ ଓଡ଼ିଶା ଦେଇ ଯାଇଥିବା ଟ୍ରେନ ବାତିଲ ହୋଇଥିଲା । ସେହିପରି ଖଡ଼ଗପୁରରୁ ଓଡ଼ିଶା ଦେଇ ଯିବାକୁ ଥିବା ୭ଟି ଟ୍ରେନ ବାତିଲ ହୋଇଥିବା ସୂଚନା ରହିଛି ।

Get real time updates directly on you device, subscribe now.