ଓଡିଶା ଭାସ୍କର; ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଗ୍ରହଣ କରାଯାଇଛି । ଆସନ୍ତାକାଲି ନଭେମ୍ବର ୧ ତାରିଖ ଅର୍ଥାତ କଳାହାଣ୍ଡି ପ୍ରତିଷ୍ଠା ଦିବସ । ତେବେ ଏହି ଅବସରରେ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାୟ ୧୨୦୦ କୋଟି ଟଙ୍କାର ଭେଟି ଦେବେ ବୋଲି ଜଣାପଡିଛି । ଏଥିରେ ସେ ଲକ୍ଷ୍ମୀ ବସ ଚଳାଚଳ, ନୂତନ ମେଡ଼ିକାଲ କଲେଜ, ବସଷ୍ଟାଣ୍ଡ ସହ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିବେ । ଯାହାକୁ ନେଇ କଳାହାଣ୍ଡି ସହ ପୂରା ପଶ୍ଚିମ ଓଡ଼ିଶାରେ ଉତ୍ସାହର ମାହୋଲ ଦେଖାଦେଇଛି ।