fbpx

(video)ଗାଡି ଉପରେ ଚଢି ସମର୍ଥକଙ୍କ ସହ ରୋଡ୍ ଶୋ’ କରୁଥିଲେ ମନ୍ତ୍ରୀ, ରେଲିଂ ଭାଙ୍ଗିଯିବାରୁ ତଳେ ଖସିପଡି ଆହତ

ନିଜାମବାଦ:ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପ୍ରସାର ଜୋର ଧରିଛି । ରାଜ୍ୟରେ ନେତାମାନଙ୍କର ଖୁବ୍ ର‌୍ୟାଲି, ଜନସଭା ଓ ରୋଡ୍ ଶୋ’ ଜାରି ରହିଛି । ବିଭିନ୍ନ ରାଜନୈତିକ ଦଳ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି କରିବାରେ ଲାଗି ପଡିିଛନ୍ତି । ଏହି ଲଢେଇ ଭାରତ ରାଷ୍ଟ୍ର ସମିତି, କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ହେଉଛି । ଏହାରି ମଧ୍ୟରେ ଗୁରୁବାର ନିଜାମବାଦ ଜିଲ୍ଲା ଆର୍ମୁରରେ ବିଆରଏସ ନେତା ତଥା ରାଜ୍ୟ ମନ୍ତ୍ରୀ କେ.ଟି ରାମାରାଓ ଏକ ରୋଡ୍ ଶୋ’ରେ ଭାଗ ନେଇଥିଲେ ।

ସେ ଏକ ଗାଡି ଉପରେ ଛିଡା ହୋଇ ରୋଡ୍ ଶୋ’ରେ ବାହାରିଥିଲେ । ଗାଡି ଅଚାନକ ବ୍ରେକ୍ ନେବା ସମୟରେ କେଟିଆରଙ୍କ ସହିତ ଅନ୍ୟ ନେତାମାନେ ଗାଡି ଉପରୁ ତଳକୁ ଖସିପଡିଥିଲେ । କେଟିଆରଙ୍କ ସହିତ ଦଳର ସାଂସଦ ସୁରେଶ ରେଡ୍ଡୀ ମଧ୍ୟ ଥିଲେ । ସେ ମଧ୍ୟ ତଳକୁ ଖସିପଡି ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏଥିରେ କାହାର ବିଶେଷ କିଛି କ୍ଷତି ହୋଇନାହିଁ ।

ଏଠାରେ ସୂଚାଇ ଦିଆଯାଇପାରେ କି ଏହା ପୂର୍ବରୁ ଏପରି ଏକ ଦୁର୍ଘଟଣାର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ନିର୍ବାଚନ ପ୍ରଚାର ଲାଗି ଯାଉଥିବା କେସିଆରଙ୍କ ଏକ ହେଲିକାପ୍ଟର ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କିନ୍ତୁ ରାସ୍ତା ବଦଳାଇବା ପରେ ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଅବତରଣ କରିଥିଲେ ।

Get real time updates directly on you device, subscribe now.