fbpx

ବିଶ୍ୱକପରେ ବିଶ୍ୱ କୀର୍ତ୍ତିମାନ: ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୫୦ଟି ଛକା ମାରି ରେକର୍ଡ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ପ୍ରଥମ ସେମିଫାଇନାଲରେ ଆଜି ଭାରତ-ନ୍ୟୁଜିଲାଣ୍ଡ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ମଧ୍ୟରେ ଭାରତ ପ୍ରାରମ୍ଭରୁ ଆକ୍ରମଣାତ୍ମକ ମୋଡ଼ରେ ବ୍ୟାଟିଂ ଆରମ୍ଭ କରିଛି । ଏହା ମଧ୍ୟରେ ରୋହିତ ଏକ ନୂଆ ରେକର୍ଡ କରିଛନ୍ତି ।

ସୂଚନା ମୁତାବକ, ଭାରତୀୟ ଅଧିନାୟକ ରୋହିତ ଛକାରେ ନୂଆ ରେକର୍ଡ କରିଛନ୍ତି । ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପରେ ୫୦ରୁ ଅଧିକ ଛକା ମାରିବାର ରେକର୍ଡ କରିଛନ୍ତି ରୋହିତ । ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ନାମରେ ରହିଥିଲା । ଗେଲ୍ ବିଶ୍ୱକପରେ ମୋଟ ୪୯ଟି ଛକା ମାରି ଟପରେ ରହିଥିଲେ । ପୂର୍ବରୁ ରୋହିତ ୪୭ଟି ଛକା ମାରିଥିବା ବେଳେ ଆଜି ୪ଟି ଛକା ମାରିବା ଫଳରେ ତାଙ୍କର ମୋଟ ଛକା ସଂଖ୍ୟା ୫୧ରେ ପହଞ୍ଚି ଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଗ୍ଲେନ ମାକ୍ସୱେଲ ୪୩ଟି, ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ୩୭ଟି, ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର ୩୭ଟି ଛକା ମାରିଛନ୍ତି । ଆଜି ଟସ୍ ଜିତି ଭାରତୀୟ ଅଧିନାୟକ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଗତ ୨୦୧୯ ବିଶ୍ୱକପ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଆଜିର ସେମି ମୁକାବିଲା ବେଶ୍ ପ୍ରତିଦ୍ୱନ୍ଦ୍ୱିତା ହେବ । ତେଣୁ ପ୍ରଶଂସକଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.