fbpx

ମାଟ୍ରିକ ଖାତା ଦେଖା ପାଇଁ କଣ ରହିଛି ଗାଇଡ଼ ଲାଇନ? ଜାଣନ୍ତୁ

କଟକ, ୨୧ା୫(ଓଡ଼ିଶା ଭାସ୍କର): ମେ ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ତେଣୁ ଜିଲ୍ଲା ସ୍ତରରେ ଜଣେ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତି ଦେବାକୁ ଚିଠି ଲେଖାଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଖାତା ଦେଖା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମାଟ୍ରିକ ଖାତା ଦେଖା କେନ୍ଦ୍ର ପାଇଁ ଗାଇଡ଼ଲାଇନ ଜାରି ହୋଇଛି । ୩୦ଟି ଜିଲ୍ଲାର ୬୦ଟି କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ହେବ । ସବୁ ଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୩ଟାଯାଏଁ ଖାତା ଦେଖା ହେବ । ରବିବାର ଓ ଛୁଟି ଦିନରେ ମଧ୍ୟ ଖାତା ଦେଖା ଜାରି ରହିବ । ସାମାଜିକ ଦୂରତା ରକ୍ଷା ପାଇଁ ୨ଟି ପର୍ଯ୍ୟାୟରେ ଖାତାଦେଖା ହେବ । ପ୍ରଥମ ପର୍ଯ୍ୟାୟରେ ୪ଟି ବିଷୟ ଯଥା ଇଂରାଜୀ, ଗଣିତ, ଭୂଗୋଳ ଓ ଇତିହାସ ଖାତା ମୂଲ୍ୟାୟନ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ବିଷୟ ଯଥା ଓଡ଼ିଆ, ପଦାର୍ଥ ବିଜ୍ଞାନ, ହିନ୍ଦୀ, ସଂସ୍କୃତ ଓ ଜୀବ ବିଜ୍ଞାନ ଖାତା ମୂଲ୍ୟାୟନ ହେବ । ପ୍ରତି ପର୍ଯ୍ୟାୟରେ ପ୍ରତି କେନ୍ଦ୍ରରେ ୧୫୦-୨୦୦ ପରୀକ୍ଷକ ଖାତା ଦେଖିବେ । ପରୀକ୍ଷକଙ୍କ ପାଇଁ ୧୦କିମିରୁ ଅଧିକ ହେବନାହିଁ ମୂଲ୍ୟାୟନ କେନ୍ଦ୍ର । ସବୁ ପରୀକ୍ଷକଙ୍କ ପାଇଁ ମାସ୍କ ଓ ଥର୍ମାଲ ସ୍କିନିଂ ବାଧ୍ୟତାମୂଳକ । ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ଏକ ଆଇସୋଲେସନ ରୁମ୍ ରହିବ । ପ୍ରତିଦିନ ଖାତାଦେଖା ପରେ ନମ୍ବର ବୋର୍ଡ଼ ସର୍ଭରରେ ଅପଲୋଡ଼ କରାଯିବ । ପ୍ରତିଦିନ ଖାତାଦେଖା ପୂର୍ବରୁ ଓ ପରେ କେନ୍ଦ୍ରକୁ ସାନିଟାଇଜ କରାଯିବ ।

Get real time updates directly on you device, subscribe now.