fbpx

ନିଜର Deepfake ଭିଡିଓ କଥା କହିବା ସହ ଦେଶକୁ ଏହା ବିରୁଦ୍ଧରେ ସଜାଗ ରହିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ବଢୁଥିବା Deepfake ମାମଲାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ମୋଦୀ କହିଛନ୍ତି Deepfake ସମାଜରେ ଅଶାନ୍ତି ଓ ଅରାଜକତା ସୃଷ୍ଟି କରୁଛି ।Deepfake  ଭାରତରେ ସାମାଜିକ ବିକାଶ ପ୍ରତି ବଡ ବିପଦ ବୋଲି ସେ କହିଛନ୍ତି ।
ପ୍ରଯୁକ୍ତି ବିଦ୍ୟା ଓ ଏଆଇର ଏହି ଯୁଗରେ କାହାର ବି ଫଟୋ, ଭିଡିଓ ଓ ଅଡିଓକୁ ମାନିପୁଲେଟ୍ କରାଯାଇ ଅର୍ଥାତ୍ ଅଦଳବଦଳ କରାଯାଇ ପାରୁଛି । ଗତ କିଛିଦିନ ତଳେ ଏଆଇ ବେସଡ୍ ଟୁଲର ପ୍ରୟୋଗ କରି ଯେତେବେଳେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ Deepfake  ଭିଡିଓ ଭାଇରାଲ ହୋଇଥିଲା ସେତେବେଳେ ସମସ୍ତେ ଚକିତ ହୋଇଯାଇଥିଲେ ।

ଏବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ Deepfake କୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଓ କହିଛନ୍ତି ଏହା ସମାଜରେ ବଡ ଅଶାନ୍ତି ସୃଷ୍ଟି କରିପାରେ । ମୋଦୀ କହିଛନ୍ତି ଲାଇନରୁ ହଟି ଆଉ ଏକ ଲାଇନ୍ ବି ହଙ୍ଗାମା ସୃଷ୍ଟି କରିପାରେ । ସେ କହିଛନ୍ତି ଏଆଇ ମାଧ୍ୟମରେ ପ୍ରସ୍ତୁତ ଫଟୋ କିମ୍ବା ଭିଡିଓରେ ଏକ ସ୍ପଷ୍ଟ ଡିସ୍‌କ୍ଲେମର ରହିବା ଉଚିତ ଯେଉଁଥିରେ ଏହା ଉଲ୍ଲେଖ ରହିିବା ଜରୁରୀ କି ଏହା Deepfakeର ଉପଯୋଗ କରି ପ୍ରସ୍ତୁତ କରାଯାଇଛି ।

ମୋଦୀ କହିଛନ୍ତି ଏହି Deepfake ଭାରତୀୟ ସାମାଜିକ ବିକାଶ ଧାରା ପ୍ରତି ଏକ ବଡ ବିପଦ ହୋଇପାରେ । ଏହା ସମାଜରେ ଅରାଜକତା ସୃଷ୍ଟି କରିପାରେ । ମୋଦୀ କହିଛନ୍ତି ଜନତା ଓ ମିଡିଆ ଏହି Deepfake  ପ୍ରତି ସଜାଗ ରହିବା ଉଚିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଏକ ଭିଡିଓ ଦେଖାଇଛନ୍ତିି ଯେଉଁଥିରେ ସେ ଗରବା କରୁଛନ୍ତି ଯାହା Deepfake ଅଟେ ।

Get real time updates directly on you device, subscribe now.