fbpx

BREAKING NEWS: ପୁରୁଣା ଛାତ ଭାଙ୍ଗିଲା ବେଳେ ଚାପି ହୋଇ ୩ ଶ୍ରମିକ ଗୁରୁତର

ଓଡିଶା ଭାସ୍କର; ପୁରୁଣା ଛାତ ଭାଙ୍ଗିଲା ବେଳେ ଚାପି ହୋଇ ୩ ଶ୍ରମିକ ଗୁରୁତର । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ଗୁରୁତର ଥିବା ସମସ୍ତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠା ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପୋଖରୀଗୋଚ୍ଛା ଗାଁ’ର ସୁନାଦେଈ ମନ୍ଦିରରେ କାମ କଲା ବେଳେ ଏଭଳି ଅଘଟଣ ଘଟିଥିଲା । ପୁରୁଣା ଛାତ ଭାଙ୍ଗି ନୂଆ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଛାତର କିଛି ଅଂଶ ଭୁଶୁଡି ପଡିଲା । ଫଳରେ ସେଠାରେ କାମ କରୁଥିବା ୩ ଶ୍ରମିକ ଗୁରୁତର ସେଥିରେ ଚାପି ହୋଇ ଗୁରୁତର ହୋଇଛନ୍ତି ।

Get real time updates directly on you device, subscribe now.