fbpx

ରେପୋ ରେଟ ହ୍ରାସ କଲା ଆରବିଆଇ

ନୂଆଦିଲ୍ଲୀ, ୨୨ା୫: ଆଜି ଦେଶର ଅର୍ଥନୀତି ସ୍ଥିତି ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏକ ସାମ୍ବାଦକି ସମ୍ମିଳନୀ କରିିଛନ୍ତି । ରେପୋ ରେଟ୍ ହ୍ରାସ କରିଛି ଆରବିଆଇ ବୋଲି ସେ କହିଛନ୍ତି । ରେପୋ ରେଟରେ ୪୦ବେସିସ ପଏଣ୍ଟ ହ୍ରାସ ପାଇଛି । ରେପୋ ରେଟ୍ ୪.୪% ରୁ ଖସି ୪%ରେ ପହଞ୍ଚିଛି । ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସୁଧ ହାରରେ ୦.୪% ହ୍ରାସ କରିଛି ଆରବିଆଇ । ଦେଶରେ ନିବେଶ କମିଛି ବୋଲି ସେ କହିଛନ୍ତି । ମାର୍ଚ୍ଚରେ ସିମେଣ୍ଟ ଉତ୍ପାଦନ ୧୯% କମିଛି । ଏହାସହ ଡାଲି ଦର ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି । କରୋନା ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । ମହଙ୍ଗା ଦର ନିୟନ୍ତ୍ରଣରେ ରହିବା ଆଶା ରହିଛି । ଅର୍ଥ ବ୍ୟବସ୍ଥା ମଜଭୁତ ପାଇଁ ପ୍ରୟାସ ଚାଲିଛି । ତାଲାବନ୍ଦ ପାଇଁ ଆବଶ୍ୟକତା ଓ ଉତ୍ପାଦନ କମିଛି ।

Get real time updates directly on you device, subscribe now.