fbpx

ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ-ପ୍ରଯୋଜକ ରାଜକୁମାର କୋହଲିଙ୍କ ପରଲୋକ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖ ଖବର । ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ-ପ୍ରଯୋଜକ ରାଜକୁମାର କୋହଲିଙ୍କ ପରଲୋକ ଘଟିଛି । ୯୩ ବର୍ଷ ବୟସରେ ହାର୍ଟ ଆଟାକରେ ଶ୍ରୀ କୋହଲିଙ୍କର ବିୟୋଗ ଘଟିଛି । ୧୯୬୩ ମସିହା ପରଠାରୁ ସେ ଫିଲ୍ମ ଜଗତ ସହ ଜଡ଼ିତ ରହିଥିଲେ । ପ୍ରେମ ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ସପ୍ନୀ’ରେ ସେ ପ୍ରଥମ ଥର ପାଇଁ ନିଦ୍ଦେଶକ ଓ ପ୍ରଯୋଜକ ଭାବେ କାର୍ଯ୍ୟ କରିଥିଲେ ।

ସୂଚନା ମୁତାବକ, ଦୀର୍ଘ ସମୟ ଧରି ଘରୁ ନ ବାହାରିବା କାରଣରୁ ଶ୍ରୀ କୋହଲିଙ୍କ ଅଭିନେତା ପୁତ୍ର ଅରମାନ କୋହଲି ଘରର କବାଟ ଖୋଲିଥିଲେ । ଏହାପରେ ଶ୍ରୀ କୋହଲିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା । ସେ ‘ନାଗୀନ’, ‘ବଦଲେ କୀ ଆଗ’, ‘ନୌକର ବିବି କା’, ‘ରାଜ ତିଲକ’ ଓ ‘ଜାନୀ ଦୁଶ୍ମନ ପରି ବହୁ ଫିଲ୍ମରେ କାର୍ଯ୍ୟ କରିଥିଲେ । ‘ଜାନୀ ଦୁଶ୍ମନ- ‘ଏକ ଅନୋଖୀ କାହାନୀ’ ତାଙ୍କର ଶେଷ ଫିଲ୍ମ ଥିଲା । ରାଜକୁମାରଙ୍କ ବିୟୋଗରେ ବଲିଉଡ ଫିଲ୍ମ ଜଗତ ସହ ଜଡ଼ିତ ବହୁ ବଡ଼ ବଡ଼ କଳାକାର ଓ ଅନ୍ୟ ବ୍ୟକ୍ତିବିଶେଷ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ରାଜକୁମାର ବଲିଉଡର ଧର୍ମେନ୍ଦ୍ର, ଜିତେନ୍ଦ୍ର, ଶତ୍ରୁଘ୍ନ ସିହ୍ନା, ଅନିତା ରାଜ, ସୁନୀଲ ଦତ୍ତଙ୍କ ପରି ବହୁ ବଡ଼ ବଡ଼ କଳାକାରଙ୍କ ସହ କାମ କରିଥିଲେ । ‘ଜାନୀ ଦୁଶ୍ମନ’ ଫିଲ୍ମ ତାଙ୍କୁ ବେଶ୍ ପରିଚିତି ଦେଇଥିଲା । ୧୯୭୯ ମସିହାରେ ରିଲିଜ୍ ହୋଇଥିବା ମଲଟି ଷ୍ଟାରର ଫିଲ୍ମ ହିନ୍ଦୁସ୍ତାନର ପ୍ରଥମ ହରର ଫିଲ୍ମ ଭାବେ ସିନେମା ଘରେ ମେଗା ହିଟ୍ ସାବ୍ୟସ୍ତ ହୋଇଥିଲା । ସେ ପଞ୍ଜାବୀ ଅଭିନେତ୍ରୀ ନିଶୀଙ୍କୁ ୧୯୬୩ ମସିହାରେ ବିବାହ କରିଥିଲେ । ବିବାହ ପରେ ତାଙ୍କର ଦୁଇ ପୁତ୍ରଙ୍କ ନାମ ସେ ଅରମାନ ଓ ରଜନୀଶ ରଖିଥିଲେ । ଅରମାନଙ୍କୁ ସେ ‘ଜାନୀ ଦୁଶ୍ମ’ ଫିଲ୍ମ ଜରିଆରେ ଲଞ୍ଚ କରିଥିଲେ । ଫିଲ୍ମ ହିଟ୍ ହୋଇଥିଲେ ହେଁ ଅରମାନଙ୍କ କ୍ୟାରିୟର ଆଗକୁ ବଢ଼ିପାରି ନଥିଲା ।

Get real time updates directly on you device, subscribe now.