ଜୀବନରେ ଉନ୍ନତି କରିବାକୁ ସମସ୍ତେ ଚାହାନ୍ତି, ମାତ୍ର ଖୁବ୍ କମ୍ ଲୋକ ଏ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି । ତେବେ ଆପଣମାନେ ଚାହିଁଲେ ଜୀବନରେ ବହୁତ କିଛି ଉନ୍ନତି କରିପାରିବେ । ସାଧାରଣ ଭାବେ ଆଜିକାଲି ଅଧିକାଂଶ ଯୁବପୀଢ଼ି ଫିଲ୍ମକୁ ସେମାନଙ୍କର ମନୋରଞ୍ଜନର ମାଧ୍ୟମ ଭାବେ ଗ୍ରହଣ କରିଥାନ୍ତି । ମାତ୍ର ଫିଲ୍ମ ବି ଆପଣଙ୍କ ଜୀବନର ମୋଡ଼କୁ ବଦଳାଇ ପାରିବ ଏକଥା ବହୁତ କମ୍ ଲୋକ ଜାଣିଥାନ୍ତି । ଏଭଳି କିଛି ଫିଲ୍ମରୁ ଆପଣ ବହୁତ କିଛି ଶିଖି ତାହାକୁ ଦୈନନ୍ଦିନ ଜୀବନରେ ଆପ୍ଲାଏ କରି ସଫଳତା ହାସଲ କରିପାରିବେ ।
୧- ଦଙ୍ଗଲ: ୨୦୧୬ରେ ରିଲିଜ ହୋଇଥିବା ଏହି ଫିଲ୍ମରେ କଠିନ ପରିଶ୍ରମ କରି ଏକ ସାଧାରଣ ପରିବାରର ୩ ଜଣ ଯୁବତୀ ଦେଶ ପାଇଁ ପଦକ ଜିତିଥିଲେ । ଏହି ଯାତ୍ରା ଏତେ ସହଜ ନଥିଲା । ତେଣୁ ଆପଣମାନେ ଯେତେ ଗରିବ ହେଲେ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ।
୨- ଚକ ଦେ ଇଣ୍ଡିଆ: ୨୦୦୭ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଅସମ୍ଭବକୁ ସମ୍ଭବ କରିବାକୁ ପ୍ରେରଣା ଯୋଗାଇଥାଏ । ପ୍ରତିଦ୍ୱନ୍ଦ୍ୱୀ ଯେତେ ଶକ୍ତିଶାଳୀ ହେଲେ ବି ଆପଣମାନେ ସୁଚିନ୍ତିତ ରଣନୀତି, ନିୟମିତ ଅଭ୍ୟାସ, କଠିନ ସଂଘର୍ଷ ବଳରେ ସଫଳତା ହାସଲ କରିପାରିବେ ବୋଲି ଫିଲ୍ମରୁ ଶିକ୍ଷା ମିଳିଥାଏ ।
୩- ଭାଗ ମିଲଖା ଭାଗ: ୨୦୧୩ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ସଫଳତା ପାଇବାକୁ ହେଲେ କଠିନ ସଂଘର୍ଷ କରିବାକୁ ପଡ଼େ ବୋଲି ଶିକ୍ଷା ଦେଇଥାଏ । ଜୀବନରେ ଯେତେ ବାଧା ଆସିଲେ ବି ଆପଣ ଯଦି ମନୋବଳ ନ ହରାଇବେ ତେବେ ନିଶ୍ଚିତ ଭାବେ ଜିତିବେ ।
୪- ୨୦୧୪ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ନାରୀ ଶକ୍ତି ଉପରେ ଆଧାରିତ । ଦୁଇଟି ସନ୍ତାନର ମାଆ ହେବା ପରେ ବି ଭାରତୀୟ ବକ୍ସର ମେରୀ କମ ଦେଶ ପାଇଁ ଅନେକ ପଦକ ଜିତିପାରିଥିଲେ । ତେଣୁ ଜୀବନରେ ଯେତେ ବାଧା ଆସିଲେ ବି ଜଣେ ନାରୀ ମଧ୍ୟ ବଡ଼ ବଡ଼ ଲକ୍ଷ୍ୟ ହାସଲ କରିପାରିବ ।