fbpx
BJD SKY
BJD SKY

ଲୋମହର୍ଷଣକାରୀ ଘଟଣା: ପ୍ରଥମେ ପତ୍ନୀ, ତା’ପରେ ଶ୍ୱଶୂର ଓ ପରେ ନିଜକୁ ଗୁଳିମାରିଲା ଜ୍ୱାଇଁ

BJD

ଉତ୍ତରପ୍ରଦେଶ: ଶ୍ୱଶୂର ଘରେ ପହଞ୍ଚି ପ୍ରଥମେ ପତ୍ନୀଙ୍କୁ ଜୀବନ୍ତ ଜାଳି ଦେଲେ । ପରେ ଶ୍ୱଶୁରଙ୍କୁ ପଥରରେ ଛେଚି ହତ୍ୟା କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ଜ୍ୱାଇଁ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଉତ୍ତରପ୍ରଦେଶର ହମୀରପୁର ଜିଲ୍ଲାରେ । ଦୁଇଟି ହତ୍ୟା ଏବଂ ଗୋଟିଏ ଆତ୍ମହତ୍ୟା କାରଣରୁ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀ ଆଜି ଶ୍ୱଶୂରଘର କାନ୍ଥ ଡେଇଁ ଶ୍ୱଶୂର ଘରେ ପ୍ରବେଶ କରିଥିଲେ । ଏହା ପରେ ପାରିବାରିକ କଳହ କାରଣରୁ ସେ ଖଟରେ ଶୋଇଥିବା ସମୟରେ ପତ୍ନୀଙ୍କୁ ଜୀବନ୍ତ ଜାଳି ଦେଇଥିଲେ। ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିବାକୁ ଆସିଥିବା ଶ୍ୱଶୁରଙ୍କୁ ମଧ୍ୟ ପଥରରେ ଛେଚି ହତ୍ୟା କରିଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତ ପିଲାମାନଙ୍କୁ ମଧ୍ୟ ହତ୍ୟା କରି କରିବାକୁ ଚେଷ୍ଟା କରିଥିଲେ। ଦୁଇ ଜଣଙ୍କୁ ଜାଳିଦେବା ପରେ ସେ ପିସ୍ତଲ କାଢ଼ି ନିଜକୁ ଗୁଳି କରିଥିଲେ । ତେବେ ଅଭିଯୁକ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

ଘଟଣାକ୍ରମରେ ଅଭିଯୁକ୍ତଙ୍କର ଜଣେ ସହକର୍ମୀ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ପୁଲିସ ଅଧିକାରୀ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଇଁ ପଠାଇଛନ୍ତି। ତେବେ ଅଭିଯୁକ୍ତ ଏପରି କରିବା ପଛର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ମାମଲାର ଅନୁସନ୍ଧାନ ଚଳାଇଛି ।

Get real time updates directly on you device, subscribe now.