fbpx

ହନି ଟ୍ରାପ ମାମଲା: ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ହନି ଟ୍ରାପ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିବା ଖବର ସାମ୍ନାକୁ ଆସିଛି । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିସାରିଛି । ଏହି ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ସେ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି।

ବହୁ ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କୁ ଚଳିତ ବର୍ଷ ଅଗଷ୍ଟ ୨ ତାରିଖରେ ଜାମିନ୍ ମିଳିଥିଲା। ଅର୍ଚ୍ଚନାଙ୍କ ନାମରେ ୩ଟି ମାମଲା ଥିବା ବେଳେ ଖଣ୍ଡଗିରି ମାମଲାରେ ତାଙ୍କୁ ଜାମିନ୍ ମିଳିଥିଲା। ଦୁଇଟି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ। ଏହା ପୂର୍ବରୁ ତାଙ୍କୁ ନୟାପଲ୍ଲୀ ଥାନା ମାମଲାରେ ଜାମିନ ମିଳିଥିଲା।

ହାଇକୋର୍ଟ ଅର୍ଚ୍ଚାନଙ୍କ ଆଗରେ ରଖିଥିବା ସର୍ତ୍ତ ଗୁଡ଼ିକ ହେଉଛି, ସେ ଆବେଦନକାରୀଙ୍କ ସହିତ ଯୋଗାଯୋଗ କରିପାରିବେନି, ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେନି, ବେଲ୍‌ରେ ଥିବା ସମୟରେ ବାହାରେ କୋଣସି ବୟାନବାଜୀ କରିବେନି । ଏବେ କେବଳ ବାକିଥିବା ଇଡି ମାମଲାରେ ଅର୍ଚ୍ଚନା ଜାମିନ୍ ପାଇଛନ୍ତି । ଅର୍ଥାତ ଅର୍ଚ୍ଚନା ଏବେ ଜେଲରୁ ମୁକୁଳିବେ।

 

Get real time updates directly on you device, subscribe now.