ନୂଆଦିଲ୍ଲୀ: ଆଜିକାଲି ମେଳା ମହୋତ୍ସବରେ ଅଧିକାଂଶ ଲୋକ ଷ୍ଟ୍ରୀଟ ଫୁଡ୍ସରେ ନୁଡଲ୍ସ କାଇବାକୁ ଖୁବ ପସନ୍ଦ କରିଥାନ୍ତି । ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଚାଓମିନ ଖାଇବା ପାଇଁ ବେଶ୍ ଭଲ ପାଆନ୍ତି । ଏହା ସ୍ୱାସ୍ଥ୍ୟପକ୍ଷେ ହାନିକାରକ ଜାଣି ମଧ୍ୟ ସ୍ୱାଦିଷ୍ଟ ଲାଗେ ବୋଲି ଏହାକୁ ଖାଇବାକୁ କେହି ପଛାନ୍ତି ନାହିଁ । ତେବେ ଯଦି ଆପଣ ବି ନୁଡଲ୍ସ ସହ ଜଡ଼ିତ ଷ୍ଟ୍ରୀଟ ଫୁଡ ଖାଇବାକୁ ଭଲ ପାଆନ୍ତି, ତେବେ ଏହା ପୂର୍ବରୁ ଥରେ ଏହି ଘଟଣା ବିଷୟରେ ଜାଣି ନିଅନ୍ତୁ । ବର୍ତ୍ତମାନ ସୋସିଆଲ ମିଡିଆରେ ନୁଡଲ୍ସକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି । ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କର ନୁଡଲ୍ସ ଖାଇବା ଚିନ୍ତା ହୁଏତ ପରିବର୍ତ୍ତନ ହୋଇପାରେ ।
ଫାଷ୍ଟ ଫୁଡ ସେଣ୍ଟରରେ ନୁଡଲ୍ସ ସବୁଠାରୁ ଅଧିକ ବିକ୍ରି ହେଉଥିବା ଖାଦ୍ୟ ଭିତରୁ ଗୋଟିଏ ଆଇଟମ୍ । ଚୀନରୁ ଆସିଥିବା ଏହି ନୁଡଲ୍ସ ସମସ୍ତଙ୍କୁ ପସନ୍ଦ ଆସିଥାଏ । ମ୍ୟାଗି, ୟିପି ଇତ୍ୟାଦି ଭଳି ବ୍ରାଣ୍ଡେଡ ନୁଡଲ୍ସ ଭଳି ଦିଶୁଥିବା ଦେଶୀ ନୁଡଲ୍ସକୁ ମଧ୍ୟ ଲୋକେ ମଜାର ସହ ଖାଇଥାନ୍ତି । ଏଗୁଡ଼ିକୁ ଚାଓମିନ୍ ନୁଡଲ୍ସ କୁହାଯାଏ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଚାଓମିନ୍ ନୁଡଲ୍ସକୁ ନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖାଯାଇଛି ଯେ, କିଛି ଲୋକ ନଦୀକୂଳରେ ଠିଆ ହୋଇଛନ୍ତି । ସେପଟେ ଜଣେ ବ୍ୟକ୍ତି ଏକ ପ୍ଲାଷ୍ଟିକ ଝୁଡ଼ିକୁ ବାରମ୍ବାର ପାଣିରେ ବୁଡ଼ାଇ ପୁଣି ଉଠାଉଥିବାର ଦେଖାଯାଇଛି । ତେବେ କିଛି ସମୟରେ ଝୁଡ଼ି ଭିତରେ ନୁଡଲ୍ସ ଥିବାର ଦେଖିବାକୁ ମିଳିଛି ।
ତେବେ ଏହି ଭିଡିଓରୁ ମନେ ହେଉଛି ଦୋକାନୀ ଜଣକ ନୁଡଲ୍ସକୁ ଭାଜିବା ପରେ ଥଣ୍ଡା ପାଣିରେ ବୁଡ଼ାଇ ଏହାର ଅଠାଳିଆ ଅଂଶକୁ ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଏହାକୁ ପରେ ନେଇ ସେ ଦୋକାନରେ ରୋଷେଇ କରିବା ସହ ଗ୍ରାହକଙ୍କୁ ଖାଇବାକୁ ଦେବେ । ସେପଟେ ଏତେ ଲୋକ ଥାଇ ମଧ୍ୟ ଏହାକୁ କେହି ବିରୋଧ କରି ନାହାନ୍ତି । ତେବେଏହି ଘଟଣାର ଭିଡିଓ କରି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।
View this post on Instagram
ସୋସିଆଲ ମିଡିଆରେ ଭିଡିଓ ଅପଲୋଡ ହେବା ପରେ ଏହା କୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହି ଭିଡିଓକୁ ଲାଇକ୍ କରିଥିବା ବେଳେ କିଛି ୟୁଜର ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ଲେଖିଛନ୍ତି । ଏହି ଭିଡିଓରେ ଜଣେ ୟୁଜର ଲେଖିଛନ୍ତି ଯେ, ଦୋକାନୀ ଜଣକ ନୁଡଲ୍ସକୁ ଗଙ୍ଗାସ୍ନାନ କରାଉଛନ୍ତି । ଏହିପରି ଏହି ଭିଡିଓରେ ଅନେକ ପ୍ରକାରର କମେଣ୍ଟ କରୁଛନ୍ତି ସୋସିଆଲ ମିଡିଆରେ ୟୁଜର ।