fbpx

ଆଦାନୀ ଗ୍ରୁପ୍ ନିର୍ମାଣ କରୁଛି ବିଶ୍ୱର ସବୁଠାରୁ ବୃହତ୍ତ ଗ୍ରୀନ୍ ଏନର୍ଜି ପାର୍କ , ନିଜ X ଆକାଉଣ୍ଟରେ କଲେ ବଡ ଘୋଷଣା

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ଶୁକ୍ରବାର ଏକ ବଡ ଘୋଷଣାକ୍ରମରେ କହିଛନ୍ତି କି ୨୦୨୫ ସୁଦ୍ଧା ଆଦାନୀ ଗ୍ରୁପ୍‌ର ସମସ୍ତ ପୋର୍ଟ ଅପରେସନ୍ କାର୍ବନ ନିରପେକ୍ଷ ହେବ । ନେଟ୍ ଜିରୋ ପୋର୍ଟ ଅପରେସନ୍ ଲାଗି ଟାର୍ଗେଟ୍ ୨୦୪୦ ରହିଛି ବୋଲି କହିବା ସହ ସେ ଗୁରୁବାର ନିଜର ଏକ୍ସ ଆକାଉଣ୍ଟରେ ଏ ସଂପର୍କରେ ଏକ ପୋଷ୍ଟ କରିଛନ୍ତି ।

ଆଦାନୀ ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ‘ଅକ୍ଷୟ ଉର୍ଜା କ୍ଷେତ୍ରରେ ଭାରତର ନିରନ୍ତର ଉଦ୍ୟମ ଜାରି ରହିଥିବା ବେଳେ ଆମେ ସେଥିରେ ଏକ ମୁଖ୍ୟ ଭୂମିକା ନିଭାଇ ପାରିଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି । ଗୁଜରାଟର ରାଣ ମରୁଭୂମି ଅଞ୍ଚଳରେ ବିଶ୍ୱର ସବୁଠାରୁ ବୃହତ୍ତ ଗ୍ରୀନ୍ ଏନର୍ଜି ପାର୍କ ନିର୍ମାଣ ପ୍ରକଳ୍ପ ଏ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ । ଏହି ବୃହତ୍ତ ପ୍ରକଳ୍ପ ପ୍ରାୟ ୭୨୬ ବର୍ଗ କିଲୋମିଟର ଅଞ୍ଚଳକୁ କଭର କରୁଛି । ଏହି ପାର୍କ ଅନ୍ତରୀକ୍ଷରୁ ମଧ୍ୟ ନଜର ଆସିବ । ଏହାଦ୍ୱାରା ଆମେ ୩୦ ଗିଗାୱାଟ୍ ବିଜୁଳି ଶକ୍ତି ପ୍ରାୟ ୨୦ ମିଲିୟନ ଘରକୁ ଯୋଗାଇ ପାରିବୁ ।
କେବଳ ଏତିକି ନୁହେଁ ଆମର କର୍ମଭୂମି ମୁନ୍ଦ୍ରା ଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ଆମେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଓ ସମନ୍ୱିତ ଅକ୍ଷୟ ଶକ୍ତି ନିର୍ମାଣ ପ୍ରକଳ୍ପକୁ ରୂପ ଦେବାକୁ ଯାଉଛୁ ଯାହା ସୌର ଓ ପବନରୁ ଶକ୍ତି ସଂଗ୍ରହ କରିବ । ସୌର ଉର୍ଜା ଓ ଆତ୍ମନିର୍ଭର ଭାରତ କ୍ଷେତ୍ରରେ ଆମର ସହଯୋଗ କ୍ରମରେ ଏହା ଏକ ବଡ ଯୋଗଦାନ ସାବ୍ୟସ୍ତ ହେବ ।’

Get real time updates directly on you device, subscribe now.