‘କୁନି’ ବାହାରିବା ପାଇଁ ଲାଗିବ ୧ ଘଣ୍ଟା, ଏସପି ଦେଲେ ସୂଚନା

ସମ୍ବଲପୁର: ଶିଶୁକୁ ଉଦ୍ଧାର କରିବା ସଂପର୍କରେ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଶିଶୁକୁ ଉଦ୍ଧାର କରିବା ଲାଗି ପ୍ରାୟ ଏକ ଘଣ୍ଟା ଲାଗିବ ବୋଲି ଏସପି କହିଛନ୍ତି । ଓଡ୍ରାଫ୍, ଟେକ୍ନିକାଲ ଓ ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ବର୍ତ୍ତମାନ ପାଇପ୍ ପାଖାପାଖି ପହଞ୍ଚିଛନ୍ତି ଉଦ୍ଧାରକାରୀ ଟିମ୍ । ପାଇପ୍ କାଟି ଶିଶୁକୁ ଖୁବଶୀଘ୍ର ଉଦ୍ଧାର କରାଯିବ । ପାଇପ ଚାରିପଟରେ ଥିବା ମାଟିକୁ ଖେଳାଯାଉଛି । ଭାମସାର ଓ ସଦର ମେଡିକାଲ ପ୍ରସ୍ତୁତ ରଖାଯାଇଛି ।

ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଏକ ବୋରୱେଲରେ ଫସି ରହିଛି ଏକ ନବଜାତ ଶିଶୁ । ବର୍ତ୍ତମାନ ଘଟଣାସ୍ଥଳରୁ ମିଳିଥିବା ଖବର ଅନୁସାରେ, ବୋରୱେଲ ଭିତରୁ ପିଲାଟିର କାନ୍ଦ ଶୁଣିବାକୁ ମିଳିଛି । ପିଲାଟିକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବାହିନୀ ଏବଂ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି । ଜେସିବି ଦ୍ୱାରା ବୋରୱେଲ ନିକଟରେ ଖୋଳାଯାଇ ଶିଶୁଟିର ଖୁବ ପାଖରେ ପହଞ୍ଚିଛନ୍ତି ସୁରକ୍ଷାକର୍ମୀ । ତେବେ ବର୍ତ୍ତମାନ ବୋରୱେଲ ଭିତରକୁ ଭିକ୍ଟିମ ଲୋକେସନ୍ କ୍ୟାମେରା ପଠାଯିବ ବୋଲି ଜାଣିବାକୁ ମିଳିଛି ।