fbpx

ଆଉ ଭୁଲ କରନ୍ତୁ ନାହିଁ: ଆପଣ ଭଡ଼ା ଘରେ ରହୁଛନ୍ତି ନା ଘର କିଣି EMI ଭରୁଛନ୍ତି, କେଉଁଥିରେ ବେଶି ଲାଭ, ଥରେ ହିସାବ କରନ୍ତୁ

ଆଜିକାଲି ଜମି ଓ ଘର କିଣିବା ସାତଜନ୍ମର ପୂଣ୍ୟ କହିଲେ ଚଳେ । ଜୀବନରେ ଗୋଟିଏ ଘର କିଣିବା ସମସ୍ତଙ୍କର ଏକ ବଡ଼ ସ୍ୱପ୍ନ ରହିଥାଏ । ସେଥିପାଇଁ ଜଣେ ଘର କିଣିବା, ହୋମ ଲୋନ୍ ନେବା ପାଇଁ ବହୁତ ପ୍ରୟାସ କରିଥାଏ । ଅନେକ ଲୋକ ବର୍ଷ ବର୍ଷ ଧରି ଭଡ଼ା ଘରେ ରହିବା ଫଳରେ ୨୦-୩୦ ବର୍ଷ ମଧ୍ୟରେ ସେମାନେ ଭଡ଼ା ବାବଦରେ ଲକ୍ଷ ଲକ୍ଷ ଗଣିଥାନ୍ତି । ତେଣୁ ଏପରି ସ୍ଥିତିରେ ହୋମ ଲୋନ୍ ନେଇ ଇଏମଆଇ ଦେବାକୁ ଅନେକ ଲୋକ ଅଧିକ ପସନ୍ଦ କରିଥାନ୍ତି । ତେବେ ଘର ଭଡ଼ା ନେବା ଓ ହୋମ୍ ଲୋନର ଇଏମଆଇ ଭରିବା କେଉଁଥିରେ ବେଶି ପ୍ରଫିଟ୍ ମିଳେ ତାହା ଆପଣମାନେ କେବେ ହିସାବ କରିଛନ୍ତି କି?

କିଛି ଲୋକ ଭଡ଼ାରେ ରହିବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ହୋମ ଲୋନ୍ ନେଇ ଇଏମଆଇ ଭରିବାକୁ ପସନ୍ଦ କରିଥାନ୍ତି । ଆମ ଦେଶରେ ଯଦି ଗୋଟିଏ ଛୋଟ ସହରରେ ଆପଣଙ୍କର ନିଜର ଏକ ଘର ରହିଛି, ତେବେ ତାହା ଆପଣର ରୋଜଗାର ଏକ ମାଧ୍ୟମ ସାଜିଥାଏ । ଆପଣମାନେ ଘରେ ବସି ଭଡ଼ା ଅର୍ଥ ପାଇ ପାରିବେ । ଘରଟିଏ ପାଇବା ଯଦିଓ ସମସ୍ତଙ୍କର ଏକ ବଡ଼ ସ୍ୱପ୍ନ ତଥାପି ମେଟ୍ରୋ ସହରମାନଙ୍କରେ ଲୋକମାନେ ଘର କିଣିବା ଅପେକ୍ଷା ଭଡ଼ାରେ ରହିବାକୁ ଅଧିକ ପସନ୍ଦ କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଆପଣ ଘର ଭଡ଼ାରେ ନେଲେ ମଧ୍ୟ ଘର ମାଲିକ ଆପଣଙ୍କୁ ଘର ଖାଲି କରିବାକୁ କହିପାରିବେ । ମାତ୍ର ନିଜର ସାମର୍ଥ୍ୟ ଅନୁସାରେ ଘର ଖଣ୍ଡେ ଥିଲେ ଆପଣଙ୍କୁ କେହି କିଛି କହିପାରିବେ ନାହିଁ । ଏଭଳି ସ୍ଥିତିରେ ଆପଣଙ୍କୁ କାହାର ଅନୁମତି ନେବାକୁ ପଡ଼ିବ ନାହିଁ ଓ ଏହା ଆପଣଙ୍କର ଆର୍ଥିକ ସ୍ଥିତିକୁ ବଢ଼ାଇଥାଏ । ଗୋଟିଏ ଘରକୁ ଭଡ଼ାରେ ନେଲେ ଏହା ଆପଣଙ୍କ ଧନକୁ ରୋକିପାରେ, ମାତ୍ର ଘର କିଣିଲେ ତାହା ଏକ ନିବେଶ ଭାବେ ପରିଗଣିତ ହୋଇଥାଏ । ସମୟ ଅନୁସାରେ ଆପଣଙ୍କର ଘରର ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଥାଏ । ଗତ ଦୁଇ ଦଶନ୍ଧି ମଧ୍ୟରେ ଘରର ମୂଲ୍ୟ କ୍ରମାଗତ ଭାବେ ବଢ଼ିଥିବା ଏକ ରିୟଲ ଇଷ୍ଟେଟ ଫାର୍ମ ତଥ୍ୟରୁ ଜଣାପଡ଼ିଛି । ଘର ଭଡ଼ା ନେଲେ ଆପଣଙ୍କୁ ମାଲିକଙ୍କ ସର୍ତ୍ତ, ଭଡ଼ା ବୃଦ୍ଧି, ନୂଆ ଏଗ୍ରିମେଣ୍ଟ ପ୍ରକ୍ରିୟା ଆଦି ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ।

ତେବେ ଘର ଭଡ଼ା ନେଲେ ମଧ୍ୟ ଆପଣଙ୍କୁ ଅନେକ ଫାଇଦା ମିଳିଥାଏ । ଅଧିକ ଖର୍ଚ୍ଚାନ୍ତ କାରଣରୁ ଲୋକମାନେ ଭଡ଼ା ଘରେ ରହିଥାନ୍ତି । ଜଣଙ୍କୁ ଯେତିକି ଇଏମଆଇ ଦେବାକୁ ପଡ଼ିଥାଏ ଭଡ଼ା ତା’ଠାରୁ କମ୍ ଦେବାକୁ ପଡ଼ିଥାଏ । ଏଥିସହିତ ଭଡ଼ାରେ ରହୁଥିଲେ ଜଣେ ସହଜରେ ଅନ୍ୟ ସହରକୁ ଯାଇ ପାରିବ ଓ ସେଠାରେ ମଧ୍ୟ ଭଡ଼ାରେ ରହିପାରିବ । ଘର କିଣିଲେ ଇଏମଆଇ ସହିତ, ଡାଉନ ପେମେଣ୍ଟ, ଆଇନ ଜନିତ ଖର୍ଚ୍ଚ, କମିଶନ, ଟ୍ୟାକ୍ସ, ରେଜିଷ୍ଟ୍ରେସନ ଚାର୍ଜ ଲାଗିଥାଏ ।

ସବୁଠାରୁ ବଡ଼ କଥା ହେଉଛି ଆପଣ ଯେତେବେଳେ ହୋମ ଲୋନର ଇଏମଆଇ ଭରନ୍ତି ସେତେବେଳେ ଆପଣ ଘର କ୍ରୟର ଦୁଇଗୁଣା ଅର୍ଥ ଦେଇଥାନ୍ତି । ସେଥିପାଇଁ ଘର ଭଡ଼ା ନେବାକୁ ସବୁଠାରୁ ଭଲ ଅପ୍ସନ କୁହାଯାଉଛି । ତେଣୁ ଘର କିଣିବା ପୂର୍ବରୁ ଆପଣ ପ୍ରଥମେ ସମୁଦାୟ ଅର୍ଥର ହିସାବ କରନ୍ତୁ । ଘର କିଣିଲେ ଆପଣଙ୍କୁ ଇଏମଆଇ ବ୍ୟତୀତ ଅନେକ ଚାର୍ଜେସ ଦେବାକୁ ପଡ଼ିଥାଏ । ଫଳରେ ତାହା ଆପଙ୍କର ସେଭିଙ୍ଗସକୁ ପ୍ରଭାବିତ କରିପାରେ । ତେଣୁ ଘର ଭଡ଼ା ନେବା ଓ ଘର କିଣିବା ପୂର୍ବରୁ ଏ ପ୍ରସଙ୍ଗରେ ଭାବିଚିନ୍ତି ପରାମର୍ଶ ନେଇ ଆଗେଇଲେ ଭଲ ହେବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି ।

Get real time updates directly on you device, subscribe now.