ଜାନୁୟାରୀ ୩ ରୁ ଆରମ୍ଭ ହେଉଛି ୯ମ ଅଜନ୍ତା ଏଲୋରା ଫିଲ୍ମ ଫେଷ୍ଟିଭାଲ୍ , ଜାଣନ୍ତୁ କ’ଣ ରହିଛି ସମସ୍ତ କାର୍ଯ୍ୟକ୍ରମ

ମୁମ୍ବାଇ: ୯ମ ଆସନ୍ତା ଜାନୁୟାରୀ ୩ ତାରିଖରୁ ଛତ୍ରପତି ସମ୍ଭାଜୀନଗର ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବ ୫ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ଏମଜିଏମ୍ ୟୁନିଭରସିଟି କ୍ୟାମ୍ପସର ରୁକ୍ମିଣୀ ଅଡିଟୋରିୟମରେ ଅନୁଷ୍ଠିତ ହେବ ।

ଉଦଘାଟନୀ ଉତ୍ସବରେ ସୁନାମଧନ୍ୟ ଫିଲ୍ମନିର୍ମାତା ଆର୍‌.ବଲ୍‌କୀ, ଅନୁଭବ ସିହ୍ନା ଓ ସୂଚନା ଓ ପ୍ରସାରଣ ବିଭାଗ ପ୍ରମୁଖ ସଚିବ ଅପୂର୍ବ ଚନ୍ଦ୍ର ଯୋଗ ଦେବେ । ଗଣମାଧ୍ୟମ ସହ ଏକ ଆଲୋଚନା କ୍ରମରେ କାର୍ଯ୍ୟକ୍ରମର ଆୟୋଜକ ଏ ବିଷୟରେ ସୂଚନା ସେଇଛନ୍ତି ।

ଉତ୍ସବର ନିର୍ଦ୍ଦେଶକ ଅଶୋକ ରାଣେ କହିଛନ୍ତି, ଉଦଘାଟନୀ ଉତ୍ସବରେ ଜର୍ମାନ-ଫିନିସ୍ ଫିଲ୍ମ ପ୍ରଦର୍ଶିତ ହେବ । ସେହିପରି ଉଦଯାପନ ସମାରୋହ ଅର୍ଥାତ୍ ୭ ତାରିଖରେ ପାଲମେ ଡି’ଓର୍ ଆୱାର୍ଡ ପାଇଥିବା ଫ୍ରେଞ୍ଚ କୋର୍ଟରୁମ୍ ଡ୍ରାମା ‘ଆନାଟୋମୀ ଅଫ୍ ଏ ଫଲ୍‌’ ପ୍ରଦର୍ଶିତ ହେବ ।
ଉତ୍ସବର ଉଦଘାଟନୀ ଦିବସରେ ବିଶିଷ୍ଟ ସଙ୍ଗୀତଜ୍ଞ ତଥା ସ୍କ୍ରିନ୍ ରାଇଟର ଜାଭେଦ୍ ଅଖତାରଙ୍କୁ ପଦ୍ମପାଣି ଲାଇଫଟାଇମ୍ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ କରାଯିବ । ପ୍ରୋଜୋନ୍ ମଲ୍‌ରେ ଫିଲ୍ମ ସ୍କ୍ରିନିଂ ସହିତ ଏଥିରେ ସର୍ଟ ଫିଲ୍ମ କମ୍ପିଟିସନ, ଭାରତୀୟ ଫିଲ୍ମ କମ୍ପିଟିସନ, ସିହ୍ନା ଓ ବାଲକୀଙ୍କ ସହ ମାଷ୍ଟର କ୍ଲାସେସ୍ ଆୟୋଜିତ ହେବ ।

ବିଜେତା ଫିଲ୍ମ ଟିମ୍‌ଙ୍କୁ ଗୋଲ୍ଡେନ୍ କୈଳାସ ଆୱାର୍ଡ ସହ ୧ଲକ୍ଷ କ୍ୟାସ୍ ପ୍ରାଇଜ୍ ପ୍ରଦାନ କରାଯିବ । ଏହାସହିତ ବେଷ୍ଟ ଅଭିନେତା, ଅଭିନେତ୍ରୀ , ସଂଳାପ ଲେଖକଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ଧୃତିମାନ ଚାଟାର୍ଜୀ ଇଣ୍ଡିଆନ୍ ଫିଲ୍ମ କମ୍ପିଟିସନ ଜୁରୀର ନେତୃତ୍ୱ ନେବେ । ଏହି ଉତ୍ସବରେ FIPRESCI ଇଣ୍ଡିଆ ଆୱାର୍ଡ ଫିଲ୍ମ ‘କାଗଲିୱାଲ’କୁୁ ମଧ୍ୟ ପ୍ରଦାନ କରାଯିବ ।

ତେବେ ଉତ୍ସବ ସମୟରେ PIB ବରିଷ୍ଠ ଅଧିକାରୀ ପ୍ରକାଶ ମାଗଡମ୍ ‘ଗାନ୍ଧୀ ଓ ସିନେମା’ ଶୀର୍ଷକ ଉପରେ ନିଜର ବକ୍ତବ୍ୟ ରଖିବେ । ଏହା ସହିତ Understanding Mrinal Sen ଶୀର୍ଷକ ଉପରେ ଚାଟାର୍ଜୀ ମଧ୍ୟ ନିଜର ବକ୍ତବ୍ୟ ରଖିବେ । ଏହି ଉତ୍ସବ ନାଥ ଗ୍ରୁପ୍‌, ଯଶବନ୍ତରାଓ ଚଭନ ସେଣ୍ଟର ମୁମ୍ବାଇ ଓ ଏମଜିଏମ୍ ୟୁନିଭରସିଟି ଦ୍ୱାରା ଆୟୋଜିତ ହେଉଛି ।