fbpx

(Video) ପୃଥିବୀ ଛାଡ଼, ମଙ୍ଗଳ ଗ୍ରହରେ ଗାଡ଼ି ଚଳାଛଉନ୍ତି ଏହି ଭାରତୀୟ ମହିଳା

ନୂଆଦିଲ୍ଲୀ: ପୃଥିବୀର ବିଭିନ୍ନ ରହସ୍ୟମୟୀ ସ୍ଥାନ ଏବଂ ଘଟଣା ବିଷୟରେ ଜାଣିବାକୁ ଲୋକେ ପସନ୍ଦ କରିଥାନ୍ତି । ଏହା ସହିତ ବାକି ଗ୍ରହ ଗୁଡ଼ିକ ସମ୍ପର୍କରେ ଜାଣିବାକୁ ମଧ୍ୟ ଖୁବ ଭଲ ପାଆନ୍ତି । ତେବେ ଆପଣ ଜାଣିଛନ୍ତି କି, ମଙ୍ଗଳ ଗ୍ରହରେ କେଉଁ ରାସ୍ତା କେମିତି? କେଉଁଟା ଖରାପ ରାସ୍ତା କେଉଁଟା ଭଲ ରାସ୍ତା? କେଉଁ ରାସ୍ତାରେ ଗଲେ ବିପଦ କମ୍? ଏସବୁ ଉତ୍ତର ପାଇଁ ହୁଏତ ଅଧିକାଂଶ ଲୋକେ ଇଣ୍ଟରନେଟ ବା ଗୁଗଲର ସହାୟତା ନେଇପାରନ୍ତି । କିନ୍ତୁ ଜଣେ ମହିଳା ଏହା କରିବାରେ ସଫଳ ହୋଇଛନ୍ତି ।

ମଙ୍ଗଳ ଗ୍ରହରେ ଏବେ ରାଜ୍ କରୁଛନ୍ତି ଭାରତୀୟ ମହିଳା । ଭୂପୃଷ୍ଠରେ ରହି ମଙ୍ଗଳ ଗ୍ରହରେ ରୋବୋଟ ଚଲାଉଛନ୍ତି । ଆମେରିକା ର ସ୍ପେସ ସେଣ୍ଟର ନାସା ଏବେ ପର୍ସିଭରାନ୍ସ ମହାକାଶଯାନ ମଙ୍ଗଳଗ୍ରହକୁ ପଠାଇଛି । ଯେଉଁଥିରେ ଏହି ରୋବାଟକୁ ବ୍ୟବହାର କରାଯାଇଛି । ତେବେ ଏହି ମହିଳା ଜଣକ ହେଉଛନ୍ତି ନାସାରେ ବୈଜ୍ଞାନକ ଥିବା ଡାକ୍ତର ଅକ୍ଷତା କୃଷ୍ଣମୂର୍ତ୍ତି । ଅଦମ୍ୟ ଚେଷ୍ଟା ପାଇଁ ତାଙ୍କ ପିଲା ଦିନର ସ୍ୱପ୍ନକୁ ପୁରା କରିପାରିଛନ୍ତି ଅକ୍ଷତା । ପ୍ରଥମ ଭାରତୀୟ ଭାବେ ଅକ୍ଷତା ଏଭଳି ଗୌରବର ଅଧିକାରିଣୀ ହୋଇଛନ୍ତି ।

ନାସାରେ କାମ କରିବା ଥିଲା ଅକ୍ଷତାଙ୍କର ଗୋଟେ ବଡ଼ ସ୍ୱପ୍ନ । ଯାହା ପାଇଁ ସେ ୧୩ ବର୍ଷ ପୂବରୁ ଆମେରିକାକୁ ଚାଲ ଆସିଥିଲେ । ନାସାକୁ ଯିବା ପାଇଁ ଅନେକ ଚେଷ୍ଟା କରିଥିଲେ ବି ବାରମ୍ବାର ତାଙ୍କୁ ରିଜେକ୍ଟ କରିଛି ନାସା । ଯାହାପରେ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି । ଏମ୍ଆଇଟିରେ ଏରୋସ୍ପେସ ଇଞ୍ଜିନିୟରିଂ ପଢ଼ିଥିବା ଅକ୍ଷତା କିନ୍ତୁ ହାର ମାନି ନଥିଲେ । ଅକ୍ଷତାଙ୍କୁ ଅନେକ କେହି କ୍ୟାରିୟର ବଦଳାଇବା ପାଇଁ ପରାମର୍ଶ ଦେଇଥିଲେ । ହେଲେ କିଛି ବି ଶୁଣି ନଥିଲେ । ମନଲଗାଇ ପାଠ ପଢ଼ିଥିଲେ ଏବଂ ନିଜ ସ୍ୱପ୍ନକୁ ସତ କରିଥିଲେ । ତେବେ ଏଭଳି ଚେଷ୍ଟା ଯୋଗୁଁ ବର୍ତ୍ତମାନ ନାସାରେ ସାମିଲ ହୋଇ ଅକ୍ଷତା ପର୍ସିଭରାନ ରୋଭରକୁ ଚଲାଉଛନ୍ତି ।

ବର୍ତ୍ତମାନ ସଫଳତାର ଏତେ ଉପରକୁ ଯାଇଛନ୍ତି ଯେ, ମହିଳାଙ୍କ ବିନା ମଙ୍ଗଳରେ ରୋବର୍ଟ ଚଲାଇବା ଅସମ୍ଭବ । ଗ୍ରହର ପ୍ରତିଟି ରାସ୍ତାକୁ ସେ ବେଶ୍ ଭଲ ଭାବରେ ପରଖି ନେଇଛନ୍ତି । ନାସା ସ୍ପେସ ସେଣ୍ଟର ମଙ୍ଗଳକୁ ପଠାଇଛି ଏକ ରୋବୋଟ । ସେଠାରେ ପହଞ୍ଚି ରୋବୋଟ ମଙ୍ଗଳ ଗ୍ରହରେ ନମୁନା ସଂଗ୍ରହ କରିବା ସହ ବିଭିନ୍ନ ପରୀକ୍ଷା ନିରୀକ୍ଷା ଜାରି ରଖିଛି । ତେବେ ମହିଳାଙ୍କ ସଫଳତା ଏବେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ପାଲଟିଛି ।

Get real time updates directly on you device, subscribe now.