fbpx

ସଂସଦର ସୁରକ୍ଷା ଭଙ୍ଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ବିରୋଧୀଙ୍କ ସମର୍ଥନ ରହିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ ଶୀତକାଳୀନ ଅଧିବେଶନ ସମୟରେ ସଂସଦରେ ଦେଖାଦେଇଥିବା ସୁରକ୍ଷା ତୃଟିକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା । ଏନେଇ ଗୋଟିଏ ପଟେ ଅନେକ ସାଂସଦଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ଅନ୍ୟପଟେ ବିରୋଧୀ ଶାସକଙ୍କ ବ୍ୟବହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିରାଶ କରିଛି । ଏହି ପରିପ୍ରେକ୍ଷିରେ ମୋଦୀ କହିଛନ୍ତି ବିରୋଧୀ ସାଂସଦଙ୍କ ବ୍ୟବହାର ଦୁଃଖଦାୟକ ଅଟେ । ସେମାନଙ୍କ ଆଚରଣରୁ ଏହା ସ୍ପଷ୍ଟ ଯେ ସଂସଦର ସୁରକ୍ଷା ଭଙ୍ଗ କରିଥିବା ଲୋକମାନଙ୍କୁ ବିରୋଧୀ ସମର୍ଥନ କରୁଛି ।
ସୂତ୍ରରୁ ପ୍ରକାଶ ଯେ ବିଜେପି ସଂସଦୀୟ ବେଠକରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, ‘ପ୍ରତିିଦିନ ନୂଆ ଘୋଟାଲା ପରି ମାମଲା ନୂଆ ମତଦାତାମାନେ ଦେଖିନାହାନ୍ତି । ବିପକ୍ଷର ଏଭଳି କାରନାମା ବିଷୟରେ ସେମାନଙ୍କୁ ସଚେତନ କରିବା ଆବଶ୍ୟକ । ବିପକ୍ଷମାନେ ବୋଧେ ନିଶ୍ଚିତ କରିଛନ୍ତି ଯେ ସେମାନଙ୍କୁ ଏଇଠି ରହିବାକୁ ହେବ…ସେମାନେ ଆଗକୁ ବଢ଼ିବାକୁ ଚାହୁଁନାହଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଏହି ବୈଠକରେ ଯେଉଁ ଖାଲି ସ୍ଥାନ ଅଛି, ପରବର୍ତ୍ତି ସମୟରେ ଏହି ସ୍ଥାନ ପୂରଣ ହୋଇଯିବ ।’

Get real time updates directly on you device, subscribe now.