fbpx

ରୁମ ହିଟର ହେଲା କାଳ.. ଗୋଟିଏ ପରିବାର ୩ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ରାଜସ୍ଥାନର ଅଲବରରେ ରୁମ ହିଟର ଏକ ପରିବାର ପାଇଁ କାଳ ହୋଇଛି । ସ୍ୱାମୀ-ସ୍ତ୍ରୀ ନିଜର ଶିଶୁକୁ ଧରି ରୁମରେ ଶୋଇଥିଲେ । ସେମାନେ ଶୀତ ପ୍ରକପରୁ ରକ୍ଷା ପାଇବା ପାଇଁ ରୁମ ହିଟର ଲଗାଇଥିଲେ । ରାତିରେ ହିଟର ନିଆଁରେ ଜଳିଯାଇଥିଲା । ଏଥିରେ ବାପା-ଝିଅ ଘଟଣାସ୍ଥଳରେ ମରିଯାଇଥିବା ବେଳେ ହସ୍ପିଟାଲରେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ପୂରା ପରିବାର ଜଳିପୋଡି ଧ୍ୱଂସ ହୋଇଯାଇଛି ।

ଘଟଣାଟି ଶେଖପୁର ଥାନା ଅନ୍ତଗତ ମୁଣ୍ଡାନା ଗାଁର ଅଟେ । ଏଠାରେ ରହୁଥିବା ଦୀପକ ଜୟପୁର ସଞ୍ଜୁ ଯାଦବଙ୍କ ୨ ବର୍ଷ ପୂର୍ବରୁ ଲଭ ମ୍ୟାରେଜ କରିଥିଲେ । ଦୁଇ ମାସ ପୂର୍ବରୁ ତାଙ୍କ ଘରେ ଏକ ଝିଅ ଜନ୍ମ ନେଇଥିଲା । ଦୀପକ ଏବଂ ସଞ୍ଜୁ ରୁମରେ ହିଟର ଲଗାଇ ଶୋଇଥିଲେ । ରାତିରେ ଅଚାନକ ହିଟରରୁ ନିଆ ଲାଗିଗଲା । ଏଥିରେ ଦୀପକ ଏବଂ ତାଙ୍କ ଝିଅ ନିଶିକାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଯେତେବେଳେ କି ମହିଳା ଜଣକ ଗୁରୁତର ଭାବେ ଆହତ ହୋଇ ଚେତାଶୂନ୍ୟ ହୋଇପଡିଥିଲେ ।

ସେଠାରୁ ତାଙ୍କୁ ହସ୍ପିଟାଲ ନେବା ପରେ ସେଠାରେ ସେ ମୃତ୍ୟୁବରଣ କରିଥିଲେ । ଗ୍ରାମରେ ଥିବା ଥାନର ପୋଲିସ କହିଛନ୍ତି ଯେ, ରାତିରେ ଶୋଇବା ବେଳେ ହିଟରରୁ କପଡାକୁ ନିଆଁ ଲାଗିଯାଇଥିଲା । ଏହାପରେ ନିଆଁରେ ବ୍ୟାପିଯାଇ ସେମାନେ ଘୋଡିହୋଇଥିବା ରେଜେଇ ପର୍ଯ୍ୟନ୍ତ ପହଁଚିଥିଲା । ଫଳରେ ଏମାନଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.