fbpx

ମଧ୍ୟପ୍ରଦେଶରେ କ୍ୟାବିନେଟ୍ ସମ୍ପ୍ରସାରିତ, ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ୨୮ ଜଣ ବିଧାୟକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି । ଆଜି ସୋମବାର ଦିନ ୨୮ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ୱରେ ନୂତନ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । କ୍ୟାବିନେଟ ମନ୍ତ୍ରୀ ଭାବରେ ୧୮ ଜଣ ବିଧାୟକ, ୬ ଜଣ ନେତା ରାଜ୍ୟ ମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାର) ଏବଂ ୪ ଜଣ ବିଧାୟକ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କରିଥିବା ମନ୍ତ୍ରୀଙ୍କ ମଧ୍ୟରେ ପ୍ରଦ୍ୟୁମାନ ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ, କୈଲାଶ ବିଜୟଭର୍ଗିଆ, କୁନୱର ବିଜୟ ଶାହା, ରାକେଶ ସିଂ, କରଣ ସିଂ ବର୍ମା, ଉଦୟ ପ୍ରତାପ ସିଂ ଏବଂ ବିଶ୍ୱ ସାରଙ୍ଗ ଅଛନ୍ତି ।

 

ମଧ୍ୟପ୍ରଦେଶରେ କ୍ୟାବିନେଟ ସମ୍ପ୍ରସାରଣ ମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି ଯେ, ଆଜି ଆଜି ସୁଶାସନ ଦିବସ’ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ । ଆଜି ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ମୋର ବିଶ୍ୱାସ ଅଛି ଯେ ଆଜି ଗଠିତ ସରକାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସିଏମ ମୋହନ ଯାଦବଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବେ । ‘

Get real time updates directly on you device, subscribe now.