ଅଯୋଧ୍ୟା: ଅଯୋଧ୍ୟାରେ ଜାନୁୟାରୀ ୨୨ରେ ୫୦୦ବର୍ଷର ଦୀର୍ଘ ସଂଘର୍ଷ ପରେ ପ୍ରଭୁ ଶ୍ରୀରାମ ନିଜର ଭବ୍ୟ ମହଲରେ ବିରାଜମାନ କରିବେ । ଏହାକୁ ନେଇ ଭିନ୍ନ ଭିନ୍ନ ସଂଗଠନ ସହିତ ବିଶ୍ୱ ହିନ୍ଦୁ ପରିଷଦ ବି ଏହାର ପ୍ରସ୍ତୁତି ଜୋରଦାର କରିଦେଇଛି । ବିଶ୍ୱ ହିନ୍ଦୁ ପରିଷଦର ସଚିବ ମିଲିନ୍ଦ ପରାନ୍ଦେ ରାମ ମନ୍ଦିରକୁ ନେଇ ପାଟନା ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ରାମ ମନ୍ଦିର ଉଦଘାଟନ ସମୟରେ କ’ଣ କ’ଣ କାର୍ଯ୍ୟକ୍ରମ ହେବ ସେ ଏ ବିଷୟରେ ସୂଚନା ଦେଇଛନ୍ତି ।
ମିଲିନ୍ଦ ପରାନ୍ଦେ କହିଛନ୍ତି ଜାନୁୟାରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସଂଘ ପ୍ରମୁଖ ମୋହନ ଭାଗବତଙ୍କ ସହିତ ୭ରୁ ୮ହଜାର ଲୋକ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାପରେ ୨୩ ଜାନୁୟାରୀରେ ସାଧାରଣ ଜନତା ରାମଲାଲାଙ୍କ ଦର୍ଶନ କରିପାରିବେ । ଏହାକୁ ନେଇ ବିଶେଷ ପ୍ରସ୍ତୁତି କରାଯାଉଛି । ସେ କହିଛନ୍ତି ବିହାରରୁ ହଜାର ହଜାର ଲୋକ ଅଯୋଧ୍ୟା ଆସିବେ । ସେ କହିଛନ୍ତି ଯେଉଁମାନେ ରାମ ମନ୍ଦିର ଆନ୍ଦୋଳନ ସହ ଦୀର୍ଘ ବର୍ଷ ଧରି ନିଜକୁ ଜଡିତ ରଖିଛନ୍ତି ସେମାନଙ୍କୁ ପ୍ରଥମେ ରାମଲାଲାଙ୍କ ଦର୍ଶନ ଲାଗି ଅନୁମତି ଦିଆଯିବ ।
ମିଲିନ୍ଦ ପରାନ୍ଦେ କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ବିହାରରୁ ସେହିମାନଙ୍କୁ ରାମ ଲାଲାଙ୍କ ଦର୍ଶନ ଲାଗି ନେଇଯିବ ଯେଉଁମାନଙ୍କ ପରିବାର ସଦସ୍ୟ ରାମ ମନ୍ଦିର ନିର୍ମାଣ ଆନ୍ଦୋଳନରେ ଜଡିତ ଥିଲେ ଓ ଯେଉଁମାନେ ଏଥିପାଇଁ ନିଜର ବଳିଦାନ ଦେଇଛନ୍ତି । ସେ କହିଛନ୍ତି ଯେଉଁମାନେ ଅଯୋଧ୍ୟା ଯିବେ ସେମାନଙ୍କୁ ସେଠାରେ ରହିବା ପାଇଁ କୌଣସି ସମସ୍ୟା ହେବ ନାହିଁ । ୨୨ଜାନୁୟାରୀରେ ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ଉଦଘାଟନ ହେବ । ଏହାପରେ ୨୩ ଜାନୁୟାରୀରେ ରାମଲାଲାଙ୍କ ଦର୍ଶନ କରିବା ଲାଗି ଲକ୍ଷ ଲକ୍ଷ ଲୋକ ଅଯୋଧ୍ୟା ପହଞ୍ଚିବେ । ଏଥିପାଇଁ ବିଶ୍ୱହିନ୍ଦୁ ପରିଷଦ ପୁରା ପ୍ରସ୍ତୁତି କରିନେଇଛି ଯେପରିକି ଦର୍ଶନ ଲାଗି ଆସିଥିବା କୌଣସି ଶ୍ରଦ୍ଧାଳୁଙ୍କୁ ଯେପରି କୌଣସି ସମସ୍ୟା ନ ହେବ ।