fbpx

ମୁମ୍ବାଇର ୧୧ଟି ସ୍ଥାନରେ ବୋମା ରଖିବା ମାମଲା: ଆରବିଆଇକୁ ଧକମପୂର୍ଣ୍ଣ ଇମେଲ ପଠାଇଥିବା ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କୁ ଧମକପୂର୍ଣ୍ଣ ଇମେଲ ପଠାଇଥିବା ଅଭିଯୁକ୍ତଙ୍କ ଉପରେ ମୁମ୍ବାଇ ପୋଲିସ କଡା ଜବାବ ଦେଇଛି। ଅଭିଯୁକ୍ତଙ୍କୁ ଗୁଜୁରାଟର ଭଦୋଦରାଠାରୁ ଗିରଫ କରାଯାଇଛି। ଗିରଫ ପରେ କ୍ରାଇମ ବ୍ରାଞ୍ଚ ଟିମ୍ ତାଙ୍କୁ ପଚରାଉଚରା କରୁଛି।

ଅଭିଯୁକ୍ତକୁ ଗିରଫ କରିବା ନେଇ ମୁମ୍ବାଇ ପୋଲିସ ନିଶ୍ଚିତ କରିଛି। ପୋଲିସ କହିଛି ଯେ, ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ତାଙ୍କୁ ଭଦୋଦରା ଠାରୁ ଗିରଫ କରିଛି। ଅଭିଯୁକ୍ତ ମଙ୍ଗଳବାର ଆରବିଆଇକୁ ଏକ ଧମକପୂର୍ଣ୍ଣ ଇମେଲ ପଠାଇଥିଲେ।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ମଙ୍ଗଳବାର ଦିନ ମେଲରେ ଆରବିଆଇକୁ ଧମକ ଦେଇଥିଲା। ଉକ୍ତ ବ୍ୟକ୍ତି ମେଲରେ ଲେଖିଛନ୍ତି ଯେ, ଆରବିଆଇ କାର୍ଯ୍ୟାଳୟ, HDFC ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ଭିତରେ ବୋମା ଲଗାଯାଇଛି। ଅଭିଯୁକ୍ତମାନେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ମଧ୍ୟ ମାଗିଥିଲେ।

Get real time updates directly on you device, subscribe now.