fbpx

ଏହି ମାସରେ ସରକାର ଦେବେ ପିଏମ କିଷାନ ଯୋଜନାର ୧୬ତମ କିସ୍ତି, ଜାଣନ୍ତୁ କେଉଁ ଚାଷୀମାନଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ : ଚାଷୀମାନଙ୍କୁ ଆର୍ôଥକ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ଏହି ଯୋଜନାଗୁଡିକ ମଧ୍ୟରୁ ଗୋଟିଏ ହେଉଛି ପିଏମ କିଷାନ ସମ୍ମାନ ନିଧି ଯୋଜନା । ଏହି ଯୋଜନା ଅନୁଯାୟୀ ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଦିଆଯାଉଛି । ଏହି ରାଶି କିସ୍ତି ଆକାରରେ ଦିଆଯାଏ । ଆର୍ôଥକ ବର୍ଷରେ ୩ କିସ୍ତି ଜାରି ହୁଏ, ପ୍ରତ୍ୟେକ କିସ୍ତିରେ ୨,୦୦୦ ଟଙ୍କା ଦିଆଯାଏ ।

ଏହି ଯୋଜନା ଅଧୀନରେ ପ୍ରକାଶିତ ପରିମାଣ ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ସରକାର କୃଷକଙ୍କ ଆକାଉଣ୍ଟରେ ୧୫ ଟି କିସ୍ତି ଦେଇ ସାରିଛନ୍ତି । କୃଷକମାନେ ବର୍ତ୍ତମାନ ପିଏମ କିଷାନ ଯୋଜନାର ୧୬ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୪ ସୁଦ୍ଧା ସରକାର ଏହି ଯୋଜନାର ପରିମାଣ କୃଷକଙ୍କ ଆକାଉଣ୍ଟରେ ଜମା କରିପାରନ୍ତି । ୧୫ ନଭେମ୍ବର ୨୦୨୩ ରେ ଝାଡଖଣ୍ଡ ଗସ୍ତ ସମୟରେ ପିଏମ ମୋଦୀ ଏହି ଯୋଜନାର କିସ୍ତି ଜାରି କରିଥିଲେ ।

ପ୍ରତିବର୍ଷ କେନ୍ଦ୍ର ସରକାର ଏପ୍ରିଲ-ଜୁଲାଇରେ ପ୍ରଥମ କିସ୍ତି, ଅଗଷ୍ଟରୁ ନଭେମ୍ବରରେ ଦ୍ୱିତୀୟ କିସ୍ତି ଏବଂ ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ତୃତୀୟ କିସ୍ତି ଜାରି କରନ୍ତି । ଏହି ଆର୍ôଥକ ବର୍ଷ ୨୦୨୩-୨୪ରେ କୃଷକମାନେ ଏହି ଯୋଜନାର ଦୁଇଟି କିସ୍ତି ପାଇଛନ୍ତି । ୧୫ ତମ କିସ୍ତିରେ ସରକାର ୧୧ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୨.୮୧ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି ।

ପିଏମ କିଷାନର ହେଲ୍ପଲାଇନ :-
ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ୧୫୫୨୬୧ କିମ୍ବା ୧୮୦୦୧୧୫୫୨୬ (ଟୋଲ୍ ଫ୍ରି) କିମ୍ବା ୦୧୧-୨୩୩୮୧୦୯୨ ସହିତ ଯୋଗାଯୋଗ କରିପାରିବେ । ଏହା ବ୍ୟତୀତ ଆପଣ [email protected] ରେ ମଧ୍ୟ ମେଲ୍ କରିପାରିବେ ।

ଏହି କୃଷକମାନଙ୍କୁ ମିଳିବନି ଲାଭ :-
ଠକେଇକୁ ରୋକିବା ପାଇଁ ପିଏମ କିଷାନ ଯୋଜନାର ନିୟମ କଡାକଡି କରାଯାଇଛି । ବର୍ତ୍ତମାନ ଏହି ଯୋଜନାର ଲାଭ ସେହି କୃଷକମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଇ-କେୱାଇସି ଏବଂ ଜମି ଯାଞ୍ଚ କରିଛନ୍ତି । ଇ- କେୱାଇସି ଏବଂ ଜମି ଯାଞ୍ଚ କରିବା ବାଧ୍ୟତାମୂଳକ । ଯଦି ଆପଣ ଏହି ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଶୀଘ୍ର ଇ- କେୱାଇସି ଏବଂ ଜମି ଯାଞ୍ଚ କରିବାକୁ ପଡିବ । ଯେଉଁ କୃଷକମାନେ ଇ- କେୱାଇସି କରିନାହାଁନ୍ତି ଏବଂ ଜମି ଯାଞ୍ଚ କରିନାହାଁନ୍ତି ସେମାନେ ଏହି ଯୋଜନାର ଲାଭ ପାଇବେ ନାହିଁ ।

Get real time updates directly on you device, subscribe now.