fbpx

୪ ଦିନ ଭିତରେ ଏହି କାମ ନ କଲେ ନୂଆ ବର୍ଷରୁ ବନ୍ଦ ହୋଇଯିବ ଆପଣଙ୍କ UPI ID

ନୂଆଦିଲ୍ଲୀ: ୨୦୨୩ ବର୍ଷ ଶେଷ ହେବାକୁ ଆଉ ମାତ୍ର ୪ ଦିନ ବାକି ଅଛି। ଏହି ୪ ଦିନ ପରେ ନୂଆ ବର୍ଷ(୨୦୨୪) ଆରମ୍ଭ ହୋଇଯିବ। ତେବେ ଏହି ସମୟ ସୀମା ଭିତରେ ଆପଣଙ୍କୁ ଏକ ଡିଜିଟାଲ ଆର୍ଥିକ କାରବାର କରିବାକୁ ପଡିବ। ଯଦି ଆପଣ ଏପରି ନ କରୁଛନ୍ତି ତାହେଲେ ନୂଆ ବର୍ଷରୁ ଆପଣଙ୍କ UPI ID ବନ୍ଦ ହୋଇଯିବ। କାରଣ ଡିସେମ୍ବର ୩୧ ରୁ ଅନେକ ବ୍ୟବହାରକାରୀଙ୍କ ୟୁପିଆଇ ଆଇଡି ବନ୍ଦ କରିବାକୁ ଏନପିସିଆଇ ନିର୍ଦ୍ଦେଶ ଦେଇଛି । ଗୁଗୁଲ୍ ପେ, ପେଟିଏମ୍ ଏବଂ ଫୋନ୍ ପେ କୁ ଏନପିସିଆଇ ଏକ ସର୍କୁଲାର୍ ଜାରି କରାଯାଇଛି।

ସୂଚନା ଥାଉକି, ଯଦି ଆପଣଙ୍କର କୌଣସି UPI ID ଅଛି, ଏହାକୁ ଆପଣ ଏକ ବର୍ଷରୁ ଅଧିକ ସମୟ ବ୍ୟବହାର କରିନାହାଁନ୍ତି, ତେବେ ତାହା ଡିସେମ୍ବର ୩୧ ପରେ ବନ୍ଦ ହୋଇଯିବ । ଏଭଳି ପରିସ୍ଥିତିରେ, ନୂଆ ବର୍ଷକୁ ବାକି ଥିବା ଏହି ୪ ଦିନ ମଧ୍ୟରେ ଯଥାଶୀଘ୍ର ଉକ୍ତ UPI ID କୁ ବ୍ୟବହାର କରନ୍ତୁ। ଫଳରେ ଆପଣଙ୍କ UPI ID ସୁରକ୍ଷିତ ଭାବେ ଚାଲୁ ରହିବ। ଏହି UPI ID ରେ ଛୋଟ ମୋଟ କିଛି ଆର୍ଥିକ କାରବାର ନିଶ୍ଚୟ କରନ୍ତୁ।

 

Get real time updates directly on you device, subscribe now.