fbpx

ସାଗରମାଳା ପ୍ରକଳ୍ପରେ ଚିଲିକା ହ୍ରଦ ସାମିଲ; ପ୍ରକଳ୍ପ ତିଆରି ପାଇଁ କେନ୍ଦ୍ର ଏବଂ ରାଜ୍ୟ ସମାନ ପରିମାଣର ଖର୍ଚ୍ଚ ବହନ କରିବେ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପରେ ଚିଲିକା ହ୍ରଦକୁ ସାମିଲ କରାଯିବ । ଏହି ପ୍ରକଳ୍ପରେ ସାତପଡାରୁ ଜହ୍ନିକୁଦାକୁ ଥିବା ପୁରୁଣା ଚାନେଲକୁ ଖନନ କରାଯିବା ସହ ଚାନେଲରେ ଦୁଇଟି ନୂଆ ଫେରି ଚଳାଇବା ପାଇଁ ଯୋଜନା କରାଯାଇଛି । ଏ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ସିଡିଏଙ୍କ ଡିପିଆର୍‍କୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ପ୍ରତିଶତ ଖର୍ଚ୍ଚ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୧୭ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଛି । ଏହି ପ୍ରକଳ୍ପରେ ଜଳପଥ ନିର୍ମାଣ ସହ ଯାତ୍ରୀ ବିଶ୍ରାମାଗାର, ଶୌଚାଳୟ ଆଦି ବ୍ୟବସ୍ଥା କରାଯିବ ।

ମୋଟ ଉପରେ ଏହି ପ୍ରକଳ୍ପ ପାଇଁ ୧୭କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖର୍ଚ୍ଚର ଅଧାଅଧା ଭାର ବହନ କରିବେ ବୋଲି ନିଷ୍ପତ୍ତି ହୋଇଛି। କେବଳ ଯେ, ଜଳପଥ ନିର୍ମାଣ ହେବ ତାହା ନୁହେଁ, ଏ ପ୍ରକଳ୍ପରେ ଯାତ୍ରୀ ବିଶ୍ରାମାଗାରଠୁ ଆରମ୍ଭ କରି ଶୌଚାଳୟ ଯାଏ ସବୁ ପ୍ରକାର ବ୍ୟବସ୍ଥା କରାଯିବ। ଏହି ପ୍ରକଳ୍ପ ନିର୍ମାଣ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଜଳପଥରେ ଦୁଇଟି ନୂଆ ଫେରି ଚଳାଚଳ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ଫେରିର ମୂଲ୍ୟ ପ୍ରାୟ ଦୁଇ କୋଟି ହୋଇଥିବା ବେଳେ ଏଥିପାଇଁ ଅଲଗା ଚାରି କୋଟି ଖର୍ଚ୍ଚ କରାଯିବା ଯୋଜନା ହୋଇଛି। ଏ ଜଳପଥର ପୁନରୁଦ୍ଧାର ହେଲେ କୃଷ୍ଣପ୍ରସାଦ ଅଞ୍ଚଳର ପ୍ରାୟ ୭୦ହଜାର ଲୋକ ଉପକୃତ ହେବେ ବୋଲି ଅନୁମାନ କରାଯାଉଛି।

Get real time updates directly on you device, subscribe now.