fbpx

ଇଣ୍ଟରନେଟ୍‌ରେ ବିଜି ରହୁଥିବା ଛୋଟ ପିଲାଙ୍କ ଲାଗି ଆତଙ୍କ ସାଜିଛି ସାଇବର କିଡନ୍ୟାପିଂ, ପିତାମାତାଙ୍କ ପକେଟ୍ ହେଉଛି ଖାଲି

ନୂଆଦିଲ୍ଲୀ: ସାରା ଦୁନିଆରେ ଏବେ ସାଇବର କିଡନ୍ୟାପିଂ ମାମଲା ବଢିବାରେ ଲାଗିଛି । ଏହାର ଶିକାର ହେଉଛନ୍ତି ଛୋଟ ଛୋଟ ପିଲା । ଅନଲାଇନରେ ପିଲାଙ୍କୁ ପରିଚାଳିତ କରି ଏହି ସାଇବର କ୍ରିମିନାଲ ସେମାନଙ୍କ ମା’ ବାପାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଆମେ ଜାଣିଛୁ କିଡନାପିଂ ମାମଲାରେ କିଡନ୍ୟାପର ପିଲାକୁ କିଡନ୍ୟାପ କରିବା ପରେ ତା’ର ପିତାମାତାଙ୍କୁ ଫୋନ୍ କରିଥାନ୍ତି ଓ ମୋଟା ଅଙ୍କର ଟଙ୍କା ମାଗିଥାନ୍ତି । ଏହି ପ୍ରକାର ଅପରାଧ ତ ଏକ ସାଧାରଣ କଥା । ଏହି ମାମଲାରେ କିଡନ୍ୟାପର ପାଖରେ ପିଲା ବନ୍ଧା ପଡିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏପରି ଏକ ମାମଲା ଯେଉଁଠି କିଡନ୍ୟାପର ପାଖରେ ପିଲା ନାହିଁ କିନ୍ତୁ ସେ ପିଲାର ପିତାମାତାଙ୍କୁ ଫୋନ୍ କରି ପଇସା ମାଗୁଛି । ଭାବିବା ବେଳକୁ ଏହି କଥା ବକବାସ୍ ଲାଗୁଛି ସତ କିନ୍ତୁ ଇଣ୍ଟରନେଟ୍ ଦୁନିଆରେ ଏହାକୁ ସାଇବର କିଡନ୍ୟାପିଂ କୁହାଯାଏ ଯାହାର ଶିକାର ପିଲାମାନଙ୍କୁ କରାଯାଉଛି ଓ ସେମାନଙ୍କ ମାତାପିତାଙ୍କ ଠାରୁ ସାଇବର କିଡ୍‌ନ୍ୟାପର ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଆଦାୟ କରିନେଉଛି ।
ଆମେରିକାରେ ନିକଟରେ ନଜର ଆସିଛି ଏପରି ଏକ ମାମଲା:

ଏଠାରେ ଏକ ଚୀନ୍ ଛାତ୍ର କାଇ ଝୁଆଙ୍ଗର ସାଇବର କିଡନ୍ୟାପିଂ ମାମଲା ସାମ୍ନାକୁ ଆସିଛି । ଏହି ଛାତ୍ରର ବୟସ ୧୭ବର୍ଷ । ପୋଲିସ ଯେତେବେଳେ ଛାତ୍ରଙ୍କୁ ଖୋଜିଥିଲେ ସେତେବେଳେ ସେ ଏକ ଗାଁରେ ଏକ ତମ୍ବୁ ତଳେ ଏକା ବସିଥିଲେ । କିନ୍ତୁ ପୋଲିସ ଏହି ପିଲା ନିକଟରେ ପହଞ୍ଚିବା ପୂର୍ବରୁ କିଡନ୍ୟାପର ଏହି ପିଲାର ପିତାମାତାଙ୍କ ଠାରୁ ୮୦ ହଜାର ଡଲାର (୬୬,୫୫,୩୦୮ଟଙ୍କା) ଆଦାୟ କରି ସାରିଥିଲା ।

୨୮ ଡିସେମ୍ବରରେ ଏହି ପିଲାର ନିଖୋଜ ରିପୋର୍ଟ ଥାନାରେ ଲେଖାଯାଇଥିଲା । ଯେତେବେଳେ ପୋଲିସ କାଇକୁ ଖୋଜିଥିଲା ସେତେବେଳେ ସେ ସ୍କୁଲ ଠାରୁ ୪୦କିମି ଦୂର ଏକ ଗ୍ରାମୀଣ ଇଲାକାରେ ଦେଖିବାକୁ ମିଳିଥିଲା । କିନ୍ତୁ ପୋଲିସ କାଇକୁ ନେଇ ଯାହା ଖୁଲାସା କରିଥିଲା ତାହା ଆପଣଙ୍କୁ ଚକିତ କରିଦେବ । ଯେତେବେଳେ କାଇର ସନ୍ଧାନ କରାଯାଇଥିଲା ସେତେବେଳେ ପୋଲିସକୁ ଲାଗିଥିଲା କି ସତେ ଯେପରି ସେ ନିଜକୁ ଆଇସୋଲେଟ୍ କରି ରଖିଛି । ଅର୍ଥାତ୍ ସେ ଯେପରି ଦୁନିଆ ଠାରୁ ବହୁ ଦୂରକୁ ଚାଲି ଯାଇଛି । ସେ ନିଜକୁ ଏପରି ଯାଗାରେ ବନ୍ଦ କରି ରଖିଥିଲା ଯେପରି ତାକୁ କେହି କିଡନ୍ୟାପର ବନ୍ଦ କରି ରଖିଛି । ଏହାପରେ ପୋଲିସ ସୂଚନା ଦେଇଥିଲା କି ଏହା ଏକ ସାଇବର କିଡନ୍ୟାପିଂ ମାମଲା ।

ଏହି ମାମଲାରେ ଅପରାଧ କରୁଥିବା ବ୍ୟକ୍ତି ଅନ୍ୟ ବ୍ୟକ୍ତିକୁ ରାଜି କରାଇଥାଏ କି ସେ କେଉଁଠି ଲୁଚିଯିବ କିମ୍ବା ନିଜକୁ ଆଇସୋଲେଟ୍ କରିନେବ । ଏହା ସହିତ ଏହି ଅପରାଧୀ ଲୋକଙ୍କୁ ଏହି କଥା ପାଇଁ ମଧ୍ୟ ରାଜି କରାଇ ନିଅନ୍ତି କି ସେମାନେ ନିଜର ଏପରି ଏକ ଫଟୋ ସେୟାର କରିବେ ଯେଉଁଥିରେ ସେ ଲାଗୁଥିବେ ସତରେ ଯେପରି ତାଙ୍କର କିଡନ୍ୟାପ ହୋଇଯାଇଛି । ଏହି ଲୋକ ନିଜର ହାତ ଗୋଡ ବନ୍ଧା ହୋଇଥିବା, ମୁହଁରେ ପଟି ଲାଗିଥିବା ଫଟୋ ସେୟାର କରିଥାନ୍ତି ଓ ନିଜକୁ ଆଇସୋଲେଟ୍ କରିନିଅନ୍ତି । ସାରା ଦୁନିଆ ଜାଣିପାରେନି କି ଏ ଲୋକ କେଉଁଠି ଅଛି । ଏହାପରେ ଆରମ୍ଭ ହୋଇଥାଏ କିଡନ୍ୟାପରର ଖେଳ । ଯେଉଁ ବ୍ୟକ୍ତିର ମାଇଣ୍ଡୱାସ୍ କରାଯାଇଛି ସେ ଆଇସୋଲେସନରେ ଥିବା ବେଳେ କିଡନ୍ୟାପର ତା’ର ହାତ ମୁହଁ ବନ୍ଧା ଫଟୋକୁ ଉପଯୋଗ କରି ତାର ପିତାମାତାଙ୍କ ଠାରୁ ମୋଟା ରକମ ଆଦାୟ କରିଥାଏ ।

ଏ କ୍ଷେତ୍ରରେ ସାଇବର କିଡନ୍ୟାପର ଫିଜିକାଲି ସେହି ଲୋକ ସହ ତ ନ ଥାଏ କିନ୍ତୁ ଭିଡିଓ କଲ୍ କରି ତାର କାର୍ଯ୍ୟକଳାପ ଉପରେ ପୁରା ନଜର ରଖିଥାଏ । ସାଇବର କିଡନ୍ୟାପର ଏଥିପାଇଁ ସବୁଠାରୁ ଅଧିକ ପିଲାମାନଙ୍କୁ ନିଜ ଶିକାର ବନାଇଥାନ୍ତି । କାରଣ ସେମାନେ ସହଜରେ ଏମାନଙ୍କ କଥାରେ ଫଶିଯାଆନ୍ତି । ତେବେ ଏହା କରିବା ପୂର୍ବରୁ ସେ ପିଲା ବିଷୟରେ ପୁରା ତଥ୍ୟ ସଂଗ୍ରହ କରିନିଅନ୍ତି । ପିଲା ଇଣ୍ଟରନେଟ୍ ଦୁନିଆରେ କେତେ ସକ୍ରିୟ ରହୁଛି ପ୍ରଥମେ ଏହା ପରଖି ନିଅନ୍ତି ଓ ସେମାନଙ୍କୁ ନିଜ ଶିକାର ବନାଇଥାନ୍ତି । ବଡ ସହରମାନଙ୍କରେ ଏପରି ମାମଲା ଦିନକୁ ଦିନ ବଢିବାରେ ଲାଗିଛି ।

Get real time updates directly on you device, subscribe now.