fbpx

ନାବାଳିକାଙ୍କ ସହ କଥା ହୋଇ କାହାକୁ ଅଡିଓ ସେୟାର କରୁଥିଲେ ସାବଧାନ! ପୋସ୍କୋ ଆକ୍ଟରେ ପୋଲିସ କରିପାରେ ଆରେଷ୍ଟ

ନୂଆଦିଲ୍ଲୀ: ଆଜିକାଲି ଝିଅମାନଙ୍କ ସହ କଥା ହୋଇ ସେମାନଙ୍କ ପ୍ରମାଣ ପତ୍ର ଅନ୍ୟମାନଙ୍କୁ ଦେଖାଇବା ଏବଂ ସେୟାର କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ତେବେ ଏପରି ଏକ ଘଟଣା ରାଜସ୍ଥାନରୁ ସାମ୍ନାକୁ ଆସିଛି । ଯେଉଁଥିରେ ଯୁବକ ଜଣକ ନାବାଳିକାଙ୍କ ସହ କଥା ହୋଇ ଅଡିଓ ରେକର୍ଡିଙ୍ଗକୁ ଅନ୍ୟଜଣଙ୍କ ସହ ସେୟାର କରିଛି । ଏନେଇ ପୋଲିସ ଅପରାଧୀଙ୍କୁ ପୋସ୍କୋ ଆକ୍ଟ ଅନୁଯାୟୀ ଗିରଫ କରିଛି ।

ପୋଲିସ କହିବା ଅନୁଯାୟୀ, ପିଡିତା ଜଣକ ୧୬ ବର୍ଷୀୟ ଝିଅ ଏବଂ ସେ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଛି । ସେ ବହୁ ଦିନ ଧରି କାହା ସହ ଫୋନରେ କଥାବାର୍ତ୍ତା ହେଉଥିଲା । ତାଙ୍କର ଏହି ଅଡିଓ ରେକର୍ଡିଙ୍ଗକୁ ବର୍ତ୍ତମାନ ଭାଇରାଲ କରାଯାଇଛି । ଏହି ଅଭିଯୋଗରେ ପୋଲିସ ପୋସ୍କୋ ଧାରା ଅନୁଯାୟୀ, କେସ ଦାଖଲ କରି ମାମଲାର ଯାଞ୍ଚ ଆରମ୍ଭ କରିଛି । ଏହି ମାମଲାରେ ପ୍ରଥମେ ପୋଲିସ ଅପରାଧୀ ବିଜେନ୍ଦ୍ର ମୀନାଙ୍କୁ ପୋଲିସ ଗିରଫ କରିଥିଲା ।

ପୋଲିସ କହିବାନୁଯାୟୀ, ଅଭିଯୁକ୍ତ ମୁକେଶଙ୍କ ଫୋନରେ ପୀଡିତା ଜଣକ କୌଣସି ଏକ ପୁଅ ସହ କଥା ହେଉଥିଲା । ଏହାର ରେକର୍ଡିଂଗ ମୁକେଶ ଅଭିଯୁକ୍ତ ବିଜେନ୍ଦ୍ରଙ୍କୁ ଫରୱାର୍ଡ କରିଥିଲା । ଏହାପରେ ପୀଡିତା ଜଣକ ଏହି ବ୍ଲାକମେଲ ବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲା । ଏହାପରେ ଝିଅର ବାପା ବୌଲୀ ଥାନାରେ ଏଫଆଇଆର କପି ଦାଖଲ କରିଥିଲେ । ଏସଏସଓ ହରଲାଲ ମୀଣାଙ୍କ ନେତୃତ୍ୱରେ ଗଠିତ ଟିମ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ।

Get real time updates directly on you device, subscribe now.