fbpx

ପୁଣି ମାଡିଲା କରୋନା: ରାଜ୍ୟରେ ଆଉ ୬୭ ଚିହ୍ନଟ

ଭୁବନେଶ୍ୱର,୨୮ ।୫(ଓଡିଶା ଭାସ୍କର): ରାଜ୍ୟର ୧୦ଟି ଜିଲ୍ଲାରେ ୬୭ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହି କ୍ରମରେ ରାଜ୍ୟରେ କୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମରେ ସର୍ବାଧିକ ୨୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଓ ଯାଜପୁରରେ ୧୧ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । ନୟାଗଡ଼ରେ ୭, ବଲାଙ୍ଗୀରରେ ୨, ଜଗତସିଂହପୁରରେ ୨, କେନ୍ଦୁଝରରେ ୧, ସମ୍ୱଲପୁରରେ ୨, ସୋନପୁରରେ ୪ ଜଣ ଓ ବରଗଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.