fbpx

ଅଭାବନୀୟ ଘଟଣା: ବାଡ଼ିରେ ଫସଲ ନଷ୍ଟ କରୁଥିଲା ଷଣ୍ଢ, ଗୋଡ଼େଇବାରୁ ନେଲା ବୃଦ୍ଧାଙ୍କ ଜୀବନ

ଓଡିଶା ଭାସ୍କର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦାଗାଁରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି। ବାଡ଼ିରେ ଫସଲ ନଷ୍ଟ କରୁଥିଲା ଷଣ୍ଢ, ଗୋଡ଼େଇବାରୁ ଜଣେ ବୃଦ୍ଧାଙ୍କ ଜୀବନ ଚାଲିଯାଇଛି। ତେବେ ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି ଦେଓଦା ଗ୍ରାମର ଅଲେଖ ମଲିକ। ବୟସ ତାଙ୍କୁ ପାଖାପାଖି ୬୫ ବର୍ଷ ହେବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଅଲେଖଙ୍କ ବାଡିରେ ପଶି ଏକ ଷଣ୍ଢ ଫସଲ ନଷ୍ଟ କରୁଥିଲା। ଏହା ଦେଖି ଅଲେଖ ଉକ୍ତ ଷଣ୍ଢକୁ ଗୋଡ଼ାଇବାକୁ ଯାଇଥିଲେ। ଏହି ସମୟରେ ଷଣ୍ଢଟି ତାଙ୍କୁ କଚାଡି ଦେଇଥିଲା। ଏହା ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ଅଲେଖଙ୍କୁ ମୃତ ଘୋଷଣା କରିଥିଲେ। ଅଲେଖଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

 

Get real time updates directly on you device, subscribe now.