ପିପିଲି: ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରହିଛି ଶୀତ ଲହରୀ । ଏହି ସମୟରେ ଋତୁ ପରିବର୍ତ୍ତନ ହେବା କାରଣରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ବୃଦ୍ଧି ପାଇଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଣାସର ଖଣ୍ଡହୋତାରେ । ଏହି ଅଂଚଳରେ ଝାଡ଼ାବାନ୍ତି ବ୍ୟାପିବା କାରଣରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଝାଡ଼ାବାନ୍ତିରେ ୧୩ରୁ ଉର୍ଦ୍ଧ୍ୱ ଳୋକ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଗୁରୁତର ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଝାଡ଼ାବାନ୍ତିରେ ସପ୍ତାହ ମଧ୍ୟରେ ଦୁଇ ଜଣଙ୍କ ଜୀବନ ଗଲାଣି ।