fbpx

ବଦଳିଯିବ ଭିଡିଓ କଲ୍ ଟେକ୍ନୋଲଜି, ଚାହିଁବା ମାତ୍ରେ ଆପଣଙ୍କ ସାମ୍ନାରେ ଛିଡା ହୋଇଯିବେ ଦୂରରେ ଥିବା ବ୍ୟକ୍ତି

ନୂଆଦିଲ୍ଲୀ: କନଜ୍ୟୁମର ଇଲେକ୍ଟ୍ରୋନିକ ଶୋ’ (CES) ୨୦୨୪ରେ ବିଭିନ୍ନ ପ୍ରକାର ନୂଆ ଟେକ୍ନୋଲଜି ପ୍ରଦର୍ଶିତ ହୋଇଛି । ଏହି କ୍ରମରେ ନେଦରଲ୍ୟାଣ୍ଡର ଏକ କମ୍ପାନୀ Holoconnects ପକ୍ଷରୁ ଏପରି ଏକ କମାଲ ଟେକ୍ନୋଲଜି ପ୍ରଦର୍ଶିତ କରାଯାଇଛି ଯାହା ଭିଡିଓ କଲ୍ ଦୁନିଆକୁ ପୁରା ବଦଳାଇ ଦେବ । ଧରନ୍ତୁ କି ଆପଣ ଆପଣଙ୍କ ଘରେ ଏକାକୀ ଅଛନ୍ତି ଓ ଚାହୁଁଛନ୍ତି କି ଆପଣଙ୍କ ସାମ୍ନାରେ ଅଚାନକ କେହି ପ୍ରକଟ ହୋଇଯାଉ ଯାହାଙ୍କ ସହ ଆପଣ କଥା ହୋଇପାରିବେ । ଏହା ହୋଲୋବକ୍ସ ଜରିଆରେ ସମ୍ଭବ ହୋଇପାରିବ ।

ନେଦରଲ୍ୟାଣ୍ଡର ଏହି କମ୍ପାନୀ ଏପରି ଏକ ଡିଭାଇସ୍ ପ୍ରସ୍ତୁତ କରିଛି ଯେଉଁଥିରେ ୮୬ ଇଞ୍ଚର ଟ୍ରାନ୍ସପାରେଣ୍ଟ ସ୍କ୍ରିନ୍ ରହିଛି । ଏହାସହିତ ଏଥିରେ ଆଡଭାନ୍ସଡ୍ ସଫ୍ଟୱେୟାର ଓ ହାର୍ଡୱେୟାର କମ୍ପୋନେଟ୍ ରହିଛି । ଏହି ଡିଭାଇସ୍ ହାଇ ଡେଫିନେସନ 4K ରେ ଥ୍ରୀଡି ହେଲୋଗ୍ରାମ କ୍ରିଏଟ୍ କରିଥାଏ । ଏହାକୁ ଦୁନିଆର କୌଣସି ବି ସ୍ଥାନରେ ପ୍ରୋଜେକ୍ଟ କରାଯାଇପାରିବ । ଏଥିପାଇଁ ଆପଣଙ୍କ ପାଖରେ କେବଳ ଇଣ୍ଟରନେଟ୍ କନେକ୍ସନ ଓ Holobox ଥିବା ଜରୁରୀ ।

ଯେଉଁ ବ୍ୟକ୍ତି ହୋଲୋଗ୍ରାମ ଜରିଆରେ ହୋଲୋବକ୍ସ ମଧ୍ୟରେ ନଜର ଆସିବ ତାଙ୍କ ପାଖରେ ନିଜକୁ ରେକର୍ଡ କରିବା ଲାଗି 4K କ୍ୟାମେରା ଥିବା ଆବଶ୍ୟକ । ଏହା ବ୍ୟତିତ ଭଲ ଆଲୋକ ବ୍ୟବସ୍ଥା ସହିତ ଏକ ଏପରି ହ୍ୱାଇଟ୍ ବ୍ୟାକଗ୍ରାଉଣ୍ଡ ଥିବା ଉଚିତ ଯାହା ସାମ୍ନାରେ ଛିଡା ହେବେ ।

Get real time updates directly on you device, subscribe now.