fbpx

ଛାତି ଉପରେ ଝିଟିପିଟି ପଡ଼ିଲେ ଶୁଭ ନା ଅଶୁଭ? ଶରୀରର କେଉଁସ୍ଥାନରେ ଝିଟିପିଟି ପଡ଼ିଲେ ରହିଥାଏ ରାଜଯୋଗ?

Lizard Falling: ଝିଟିପିଟି ହେଉଛି ଏମିତି ଏକ ଜୀବ ଯାହା ପ୍ରାୟତଃ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ। ଏହି ଝିଟିପିଟି ଅନେକ ସମୟରେ ଆମ ଶରୀର ଉପରେ ପଡିଯାଇଥାଏ। ତେବେ ଝିଟିପିଟି ପଡିବା ମାତ୍ରେ ଅନେକ ଜଣ ଅନେକ କଥା କୁହନ୍ତି। ଛାତି ଉପରେ ଝିଟିପିଟି ପଡିଲେ କେହି ଏହାକୁ ଶୁଭ କହୁଥିବା ବେଳେ ଆଉ କେହି ଏହାକୁ ଅଶୁଭ ବୋଲି କହିଥାନ୍ତି। ସେହିପରି ଶରୀର ଯେକୌଣସି ସ୍ଥାନରେ ଝିଟିପିଟି ପଡିଲେ ଏହାକୁ ନେଇ ଶୁଭ ଓ ଅଶୁଭର ଆଲୋଚନା ହୋଇଥାଏ। ଅନ୍ୟପଟେ ଏମିତି କିଛି ଲୋକ ଥାଆନ୍ତି, ଯେଉଁମାନେ ଝିଟିପିଟି ଦେଖିବା ମାତ୍ରେ ଡରିଥା’ନ୍ତି। କିନ୍ତୁ ଶକୁନଶାସ୍ତ୍ର ଅନୁଯାୟୀ, ପୁରୁଷଙ୍କ ଡାହାଣ ଭାଗରେ ଝିଟିପିଟି ପଡ଼ିଲେ ଶୁଭ ଓ ମହିଳାଙ୍କ ଶରୀରର ବାମ ପଟରେ ଝିଟିପିଟି ପଡ଼ିବା ଦ୍ୱାରା ଶୁଭ ବୋଲି ବିବେଚନା କରାଯାଏ। ତେବେ ଏହି ଶକୁନଶାସ୍ତ୍ର ଅନୁଯାୟୀ, ଝିଟିପିଟି ଶରୀରର କେଉଁସ୍ଥାନରେ ପଡିଲେ ଶୁଭ ହୋଇଥାଏ ସେ ବିଷୟରେ ଜାଣିବା ଆସନ୍ତୁ।

ଝିଟିପିଟି ଅଣ୍ଟାରେ ପଡିଲେ:-ଏହାର ଅର୍ଥ ହେଉଛି ଆପଣ ହାତୀ କିମ୍ବା ଘୋଡା ଅର୍ଥାତ ଭଲ ଦାମୀ ଗାଡି ଚଢିବେ ।
ଝିଟିପିଟି ଜଙ୍ଘରେ ପଡିଲେ:- ଏହା ଶୁଭ ବୋଲି ମଧ୍ୟ ବିବେଚନା କରାଯାଏ ।
ଝିଟିପିଟି ମୁହଁରେ ପଡିଲେ:- ମିଠା ଜାତୀୟ ଖାଦ୍ୟ ବା ଟ୍ରିଟ ଅଫର ପାଇପାରନ୍ତି ।
ଶୋଇବା ସମୟରେ ଆଖି ଉପରେ ଝିଟିପିଟି ପଡିଲେ:- ଜାଣିବେ ଯେ ଏହା ଶୁଭ । ଆପଣଙ୍କୁ ଅଚାନକ ଧନପ୍ରାପ୍ତିର ଯୋଗ ରହୁଛି। ଏହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ।
ଝିଟିପିଟି ଜଙ୍ଘରେ ପଡିଲେ:- ଏହା ଦ୍ୱାରା ଆୟୁ ବୃଦ୍ଧି ହୋଇଥାଏ । ଅର୍ଥାତ୍ ବ୍ୟକ୍ତି ଜଣଙ୍କ ଦୀର୍ଘାୟୁ ହୋଇଥାନ୍ତି।
ଝିଟିପିଟି ନାକରେ ପଡିଲେ:- ଏହା ଧନ ପ୍ରାପ୍ତିର ସଙ୍କେତ ଅଟେ ।
ଝିଟିପିଟି ହାତରେ ପଡିଲେ:- ଏହାର ଅର୍ଥ ହେଉଛି ନୂଆ ପୋଷାକ ଲାଭ ହେବ।
ଝିଟିପିଟି ଡାହାଣ ହାତ ବା ବାହୁରେ ପଡିଲେ:- ଏହାର ଅର୍ଥ ହେଉଛି ଆପଣ ଜଣେ ରାଜା ପରି ସୁଖ ପାଇବେ । ଏହା ଆପଣଙ୍କ ଆରାମରେ ବୃଦ୍ଧି ହେବାର ଏକ ସଙ୍କେତ ଅଟେ।
ଝିଟିପିଟି କାନରେ ପଡିଲେ:- ଏହାକୁ ଶୁଭ ବୋଲି ମଧ୍ୟ ବିବେଚନା କରାଯାଏ। ଯେଉଁ ବ୍ୟକ୍ତିଙ୍କ ବାମ ପାର୍ଶ୍ୱରେ ଥିବା କାନ ଉପରେ ଉପରୁ ଝିଟିପିଟି ପଡେ ସେହି ବ୍ୟକ୍ତିଙ୍କ ଭାଗ୍ୟରେ ଧନପ୍ରାପ୍ତିର ସଙ୍କେତ ଦେଖାଦେଇଥାଏ।
ଝିଟିପିଟି ହାତରେ ପଡିଲେ:- ଯଦି କୌଣସି ବ୍ୟକ୍ତିଙ୍କ କାନ୍ଧ ଉପରେ ଝିଟିପିଟି ପଡ଼େ ତେବେ ଡ଼ରିବା ଦରକାର ନାହିଁ, ଏହାଦ୍ୱାରା କୁହାଯାଏ ଯେ କାନ୍ଧ ଉପରେ ଝିଟିପିଟି ପଡ଼ିଲେ ବିଜୟ ପ୍ରାପ୍ତ ହୋଇଥାଏ। ଶତ୍ରୁଙ୍କ ଠାରୁ ବିଜୟ ଲାଭ କରିବାର ସୁଯୋଗ ରହିଥାଏ।
ଝିଟିପିଟି ମୁଣ୍ଡରେ ପଡିଲେ:- ଏହାକୁ ଶୁଭ ବୋଲି ବିବେଚନା କରାଯାଏ। ଏହାଦ୍ୱାରା ରାଜଯୋଗ ରହିଥାଏ ବୋଲି ବିଶ୍ୱାସ ରହିଛି। ଆପଣଙ୍କୁ ପଦ ଓ ପ୍ରତିଷ୍ଠାରେ ବୃଦ୍ଧି ଦେଖିବାକୁ ମିଳିବ। ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ ମିଳିବାର ସମ୍ଭାବନା ରହିଛି।
ଝିଟିପିଟି ଛାତିରେ ପଡିଲେ:- ଏହାର ଅର୍ଥ ହେଉଛି ଆପଣ ହଠାତ୍ କୌଣସି ସ୍ଥାନରୁ ଆର୍ଥିକ ଲାଭ ପାଇପାରନ୍ତି । ଆପଣଙ୍କର ଅଟକିଥିବା ପୁରୁଣା ଟଙ୍କା ଫେରିପାଇବେ।

Get real time updates directly on you device, subscribe now.