fbpx
BSKY
BJD YOUTH SKY
BJD MS SKY

(Video) କି ଚମତ୍କାର ଦୃଶ୍ୟ! ଦୀପରେ ଦୀପରେ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟଦର୍ଶନ: ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ରଙ୍କ ମନଲୋଭା ଚିତ୍ର

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ମହୋତ୍ସବ ପୂର୍ବରୁ ସମଗ୍ର ଅଯୋଧ୍ୟା ସହର ଏବେ ରାମଭକ୍ତିରେ ଲୀନ ହୋଇଯାଇଛି । ସ୍ଥାନେ ସ୍ଥାନେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ମନଲୋଭା ଚିତ୍ର କରି ଏହି ଉତ୍ସବକୁ ସ୍ୱାଗତ କରୁଛନ୍ତି ଅଯୋଧ୍ୟାବାସୀ । ଏହି ପରିପ୍ରେକ୍ଷୀରେ ଏବେ ୧୪ ଲକ୍ଷ ଦୀପରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଅଦ୍ଭୁତ ଚିତ୍ର ପ୍ରସ୍ତୁତ କରାଯାଇଛି । ଯାହା ଏବେ ଅଯୋଧ୍ୟା ସହ ସାରା ଦେଶରେ ରାମ ଭକ୍ତିର ନୂଆ ଉଦ୍ଭାବନା ଭରି ଦେଇଛି ।

ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଅର୍ଥାତ୍ ଜାନୁୟାରୀ ୧୬ ତାରିଖରୁ ଏହି ସମାରୋହର ବୈଦିକ ଅନୁଷ୍ଠାନ ଆରମ୍ଭ ହେବ । ତେବେ ଏହାପୂର୍ବରୁ କଳାକୃତିରେ ଶୋଭା ପାଇଛି ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଦ୍ଭୁତ ଚିତ୍ର । ସାକେତ ମହାବିଦ୍ୟାଳୟରେ ମୋଜେକ କଳାକାର ଅନିଲ କୁମାରଙ୍କ ଦ୍ୱାରା ୧୪ ଲକ୍ଷ ଦୀପରେ ରାମଲଲାଙ୍କ ପ୍ରତିଛବିକୁ ଦର୍ଶାଇଛନ୍ତି । ଶନିବାର ସନ୍ଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଆକୃତିରେ ଦୀପ ସଜାଇ ଭଗବାନଙ୍କୁ ଦର୍ଶାଇଥିବା ବେଳେ ଏଥିରେ ‘ଜୟ ଶ୍ରୀରାମ’ ମଧ୍ୟ ଲେଖାଯାଇଥିଲା । ତେବେ ଗତ ୫-୭ ଦିନ ମଧ୍ୟରେ କଳାକୃତି ବିହାରର କଳାକାରମାନେ ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ଚୌବେ ।

ସେ କହିଛନ୍ତି ଯେ, ‘ଶ୍ରୀରାମ ୧୪ ବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଅଯୋଧ୍ୟାରେ ଭଗବାନ ରାମଙ୍କର ‘ପରାକ୍ରମୀ ରୂପ’ରେ ଏକ ଆକୃତି ପ୍ରସ୍ତୁତ କରାଯାଇଥିଲା…. ଏହି ନୂଆ ଭାରତର ଯୁବପିଢୀଙ୍କ ପାଇଁ ଏକ ବାର୍ତ୍ତା ଦେଉଛି ଯେ, ସେମାନେ ମଧ୍ୟ ‘ପରାକ୍ରମୀ’ ହେବା ଉଚିତ ।’ ତେବେ ପ୍ରଭୁ ଶ୍ରୀରାମଙ୍କ ଚିତ୍ର ଏବଂ ଜୟ ଶ୍ରୀରାମ ଲେଖିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ରକୁ ମଧ୍ୟ ଏଥିରେ ସ୍ଥାନ ଦେଇଥିଲେ ପ୍ରତିଭାବାନ କଳାକାର । ଏହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ‘ଜୟ ଶ୍ରୀରାମ…’ରେ ଏହାର କମେଣ୍ଟ ସେକ୍ସନ ।

Get real time updates directly on you device, subscribe now.