କାଲି ମକର ସଂକ୍ରାନ୍ତି: ଭୁଲ୍‌ରେ ବି କରନ୍ତୁ ନାହିଁ ଏପରି କାମ, ଘୋର ଅନିଷ୍ଟ ଘଟିବ

ନୂଆଦିଲ୍ଲୀ: ମକର ସଂକ୍ରାନ୍ତି ନୂଆବର୍ଷର ପ୍ରଥମ ପର୍ବ । ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ପର୍ବ ମଧ୍ୟରୁ ଏହା ଅନ୍ୟତମ । ଏହିଦିନ ସ୍ନାନ ଓ ଦାନର ବିଶେଷ ମହତ୍ତ୍ୱ ରହିଛି । ଜ୍ୟୋତିଷବିଦଙ୍କ ଅନୁସାରେ କିଛି ଏପରି କାର୍ଯ୍ୟ ରହିଛି ଯାହା ମକର ସଂକ୍ରନ୍ତି ଦିନ ଭୁଲ୍‌ରେ ବି କରିବା ଅନୁଚିତ । କାଲି ଅର୍ଥାତ୍ ୧୫ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଆସନ୍ତୁ ଜାଣିନେବା କି ଏହିଦିନ ଆମେ କେଉଁସବୁ କାର୍ଯ୍ୟରୁ ବିରତ ରହିବା ଉଚିତ ।
ଏହିଦିନ ଗଙ୍ଗାସ୍ନାନ କରିବା ଉଚିତ କାରଣ ଏହା କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ । ଏହା ବ୍ୟତିତ ଏହିଦିନ ରାଶି, ଚୁଡା, ଦହି ଓ ଗୁଡ ଖାଇବାର ପରମ୍ପରା ରହିଛି । ଏହିଦିନ କୌଣସି ଗରିବ ଅସହାୟଙ୍କୁ ବସ୍ତ୍ର କିମ୍ବା ଖାଦ୍ୟଶସ୍ୟ ଦାନ କଲେ ବର୍ଷ ସାରା ଭଗବାନ ସୂର୍ଯ୍ୟଙ୍କ ଅଶେଷ କୃପା ମିଳିଥାଏ । ଏହିଦିନ ସ୍ନାନ କରି ଆପଣ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଏହାଦ୍ୱାରା ସାରା ବର୍ଷ ଆପଣ ନିରୋଗ ରହିବେ ।
ଭୁୁଲ୍‌ରେ ବି କରନ୍ତୁନି ଏପରି କାମ:
୧- ଏହିଦିନ ଭୁଲ୍‌ରେ ବି ମାଂସ କିମ୍ବା ତାମସିକ ଭୋଜନ କରନ୍ତୁ ନାହିଁ । ଏହାଦ୍ୱାରା ସାରା ଜୀବନ ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିବ ।
୨- ଏହିଦିନ ଗରିବଙ୍କୁ ଘରୁ ଖାଲି ହାତରେ ଫେରାନ୍ତୁ ନାହିଁ । ଅନ୍ୟଥା ଆପଣଙ୍କ ଘରେ ଦରିଦ୍ରତା ପ୍ରବେଶ କରିବ ।
୩- ଏହିଦିନ ସୂର୍ଯ୍ୟଙ୍କୁ ତମ୍ବା ପାତ୍ର ପରିବର୍ତ୍ତେ କୌଣସି ଅନ୍ୟ ପାତ୍ରରେ ଜଳ ଅର୍ପଣ କରନ୍ତୁ ନାହିଁ ।
୪- ଏହିଦିନ ଘରେ କାହାକୁ ବି ଖରାପ ଭାଷାରେ ଗାଳି କରନ୍ତୁ ନାହିଁ । ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଓ ଦୁଃଖର ଆଗମନ ହୋଇଥାଏ ।