fbpx

“ଅଯୋଧ୍ୟା ରାମ ମନ୍ଦିର ଏକ ସ୍କାରକରେ ପରିଣତ ହେବ”: ସୁପରହିଟ୍‌ ସିରିଏଲ ‘ରାମାୟଣ’ର ଅଭିନେତା

ଓଡିଶା ଭାସ୍କର: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି ସମାରୋହରେ ଯୋଗ ଦେବା ପାଇଁ ଏବେଠୁ ବିଶ୍ୱର କୋଣ ଅନୁକୋଣ ଭକ୍ତଙ୍କ ଆଗମନ ହେଲାଣି। ତେବେ ଏହି କ୍ରମରେ ରାମାନନ୍ଦ ସାଗରଙ୍କ ସୁପରହିଟ୍‌ ସିରିଏଲ ‘ରାମାୟଣ’ର ପ୍ରମୁଖ ଅଭିନେତା/ଅଭିନେତ୍ରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି। ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ସୀତା ଭୂମିକାର ଦୀପିକା ଚିଖଲିଆ ଓ ଲକ୍ଷ୍ମଣ ଭୂମିକାରେ ଥିବା ସୁନୀଲ ଲୋହରୀ ଗତକାଲି ଠାରୁ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ସହ ସେମାନେ ‘ହମାରା ରାମ ଆଏଙ୍ଗେ’ ଆଲବମ ସୁଟିଂରେ ଭାଗ ନେବେ ବୋଲି ସୂଚନା ରହିଛି।

ତେବେ ଗଣମାଧ୍ୟମକୁ ସାକ୍ଷାତାକାର ଦେଇ ଅଭିନେତା ଅରୁଣ ଗୋଭିଲ କହିଛନ୍ତି, ‘ଅଯୋଧ୍ୟା ରାମ ମନ୍ଦିର ଏକ ରାଷ୍ଟ୍ରୀୟ ସ୍କାରକରେ ପରିଣତ ହେବ। ଆମ ସଂସ୍କୃତି ବିଷୟରେ ସମଗ୍ର ବିଶ୍ୱ ଜାଣିବ’। ସେହିପରି ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ କହିଛନ୍ତି, ‘ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଆସିଛି। ଏଥିପାଇଁ ନିଜକୁ ଭାଗ୍ୟବାନ ମନେ କରୁଛି’।

ସୂଚନା ଥାଉକି, ଅଯୋଧ୍ୟାରେ ରାମ ମନ୍ଦିରର ସମର୍ପଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ସେ ରାମମନ୍ଦିର‌ରେ ପ୍ରଭୁ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରିବେ। ଏହା ସହ ଏହି ସମାରୋହରେ ଯୋଗ ଦେବା ପାଇଁ ସମଗ୍ର ବିଶ୍ୱରୁ ସାଧୁ, ସନ୍ଥ ଏବଂ ମାନ୍ୟଗଣଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିପରି ଏଥିରେ ଭାଗ ନେବାକୁ ବହୁ ବଡ ସେଲିବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି ।

 

Get real time updates directly on you device, subscribe now.