fbpx
BSKY
BJD MC SKY
BJD YOUTH SKY

ଭୁବନେଶ୍ଵର: ଲୋକମାନଙ୍କ ମନରେ ଭୟ ଖେଳାଇଥିବା ଆପାର୍ଟମେଣ୍ଟ ଚୋରକୁ ଗିରଫ କଲା ପୋଲିସ

ଭୁବନେଶ୍ଵର: ରାଜଧାନୀରେ ଅନ୍ଧାର ରାତିରେ ଲୋକମାନଙ୍କ ମନରେ ଭୟ ଖେଳାଇଥିବା ଆପାର୍ଟମେଣ୍ଟ ଚୋରକୁ ଗିରଫ କଲା ପୋଲିସ । ଗତ କିଛି ମାସ ଧରି କମିଶନରେଟ୍ ପୋଲିସକୁ ନାକେଦମ କରିଥିଲେ ଆପାର୍ଟମେଣ୍ଟ ଚୋର । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରେ ପଶି ଭିନ୍ନ ସମୟରେ ଲୁଟିନେଉଥିଲେ ସୁନା ଗହଣା ଓ ଟଙ୍କା ।

ତେବେ ନୟାପଲ୍ଲୀ ନିରୂପମା ଆପାର୍ଟମେଣ୍ଟର ରୁ ୧୩ ଲକ୍ଷ୍ ଟଙ୍କା ଲୁଟ ଘଟଣା ପରେ ସାମ୍ନାକୁ ଆସିଥିଲା ଏଭଳି ଅନେକ ଲୁଟ୍ । ତେଣୁ ପୋଲିସ ସମୃକ୍ତ ମାମଲାରେ ଜୋରସୋର ତଦନ୍ତ ଚଳାଇ ଆଜି ୨ ଅଭିଯୁକ୍ତଙ୍କୁ ଓଡିଶା ବାହାରୁ ଗିରଫ୍ କରିଛି । ସେମାନଙ୍କ ଠାରୁ ବ୍ୟବହୃତ ହେଉଥିବା ଗାଡ଼ି , ୨ ଲକ୍ଷ ୧୫ ହଜାର ଟଙ୍କା , ୩’ଟି ମୋବାଇଲ ମଧ୍ୟ ଜବତ୍ କରିଛି ପୋଲିସ ।

ଓଡିଶା ପୂର୍ବରୁ ଗୁଜରାଟ, ୟୁପି, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଅଞ୍ଚଳରେ ଆପାର୍ଟମେଣ୍ଟ ଲୁଟ୍ କରି ଖେଳାଇଥିଲେ ଆତଙ୍କ । ରାଜ୍ୟ ବାହାରୁ ଆସି ଏଠାରେ କରୁଥିଲେ ଲୁଟ୍ । ଲୁଟ୍ ପାଇଁ ସବୁ ରାଜ୍ଯ ରୁ କିଣିଥିଲେ ନୁଆ କାର। ବିଭିନ୍ନ ସ୍ଥାନରୁ ଲୁଟ୍ ପରେ ଗାଡି ଛାଡ଼ି ପଳେଇ ଯାଉଥିଲେ ଗ୍ୟାଙ୍ଗ। ଟାର୍ଗେଟ ରେ ଥିଲା ସୁରକ୍ଷା କମ୍ ଥିବା ଆପାର୍ଟମେଣ୍ଟ । ଲୁହା ଗ୍ରିଲ ବା ବାହାରୁ ତାଲା ପଡ଼ୁଥିବା ଘରେ ତାଲା ଭାଙ୍ଗି ୧୦ ମିନିଟରେ ବୁଲାଉଥିଲେ କଳାକନା । ଲୁଟ ପରେ ଏମାନେ ଫ୍ଲାଇଟରେ ରାଜ୍ୟ ବାହାରକୁ ପଳେଇ ଯାଆନ୍ତି ।

ତେବେ ଏହି ଗ୍ୟାଙ୍ଗ୍ ଗୋଟେ କି ୨ ଟି ନୁହେଁ ଏମାନେ ୨୦ଟି ଗ୍ୟାଙ୍ଗ୍ ନେଇ ଓଡିଶାରେ ପଶିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ଗିରଫ୍ ହୋଇଥିବା ବେଳେ ଆହୁରି ଅନେକ ଅଭିଯୁକ୍ତ ଖୁଲାମ ଖୁଲା ଘୁରୀ ବୁଲୁଛନ୍ତି । ତେଣୁ ତାଙ୍କୁ ଯଥାଶୀଘ୍ର ଧରିବାକୁ ଚେଷ୍ଟା ଚଳାଇଛି କମିଶନରେଟ୍ ପୋଲିସ । ଅନ୍ୟପଟେ ଭୁବନେଶ୍ୱର ସହ ଅନ୍ୟ ଜିଲ୍ଲାଗୁଡିକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିସିପି।

ତେବେ ଏହି ଗ୍ୟାଙ୍ଗ ଭୁବନେଶ୍ୱରର ଚନ୍ଦକା, ଇନ୍ଫୋସିଟ, ଭରତପୁର, ମାଞ୍ଚେଶ୍ୱର ଥାନା ଅଂଚଳରେ ଥିବା ଆପାର୍ଟମେଣ୍ଟରୁ କଳାକନା ବୁଲାଇଥିବାବେଳେ ସେମାନଙ୍କୁ ଗିରଫ୍ କରିବା ପାଇଁ ପୋଲିସ ସିସିଟିଭିରୁ ତଥ୍ୟ ପାଇଥିଲା । CCTV ଆଧାରରେ ଅନ୍ୟ ଲୁଟେରା ଙ୍କୁ ଧରିବା ପାଇଁ ପୋଲିସ ବିଭିନି ସ୍ଥାନରେ ଚଢାଉ ଜାରି ରଖିଛି।

Get real time updates directly on you device, subscribe now.