fbpx

ଭାରତରେ ବହୁ ଗୁଣ ବଢିଯିିବ ଇଣ୍ଟରନେଟ୍ ସ୍ପିଡ୍ , ଆରମ୍ଭ ହେବ ଏଲନ ମସ୍କଙ୍କ Starlink ଇଣ୍ଟରନେଟ୍ ସେବା

ନୂଆଦିଲ୍ଲୀ: ଅରବପତି ବିଜନେସମ୍ୟାନ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବାକୁ ନେଇ ଗତ କିଛିଦିନ ଧରି ଚର୍ଚ୍ଚା ହେଉଛି । ଇଣ୍ଟରନେଟ୍ ୟୁଜର୍ସ ଭାରତରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବାକୁ ନେଇ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଆଗାମୀ କିଛିଦିନ ମଧ୍ୟରେ ଏହା ଭାରତରେ ଆରମ୍ଭ ହୋଇଯିବ । ଏବେ ଏହାକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । କୁହାଯାଉଛି ଖୁବ୍ ଶୀଘ୍ର ଷ୍ଟାରଲିଙ୍କକୁ ଭାରତ ସରକାରଙ୍କ ଅନୁମତି ମିଳିଯିବ ।

ଏଠାରେ ଆପଣଙ୍କୁ ସୂଚାଇ ଦିଆଯାଇପାରେ କି ଷ୍ଟାରଲିଙ୍କ ଏକ ସାଟେଲାଇଟ୍ ବେସଡ୍ ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର । ଏହାକୁ ସ୍ପେସ୍ ସ୍ପେକ୍ସ ଦ୍ୱାରା ନିର୍ମାଣ କରାଯାଇଛି । ଏହା ଏକ ଏପରି ସେବା ଯେଉଁଥିରେ ହଜାର ସଂଖ୍ୟାରେ କ୍ଷୁଦ୍ର ଉପଗ୍ରହ ସାହାଯ୍ୟରେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଇଥାଏ । ଇଣ୍ଟରନେଟ୍ ଲାଗି ଷ୍ଟାରଲିଙ୍କ ଲୋ ୟାର୍ଥ ଅର୍ବିଟ୍ ସାଟେଲାଇଟ୍‌ର ଉପଯୋଗ କରିଥାଏ ।

ମିଳିଥିବା ସୂଚନାରୁ ଜଣାପଡିଛି ଡିପାର୍ଟମେଣ୍ଟ ଅଫ୍ ପ୍ରମୋଶନ ଅଫ୍ ଇଣ୍ଡଷ୍ଟ୍ରୀ ଆଣ୍ଡ ଇଣ୍ଟରନାଲ ଟ୍ରେଡ୍ ମସ୍କଙ୍କ କମ୍ପାନୀର ସେୟାର ହୋଲ୍ଡର କ୍ଲାସିଫିକେସନକୁ ନେଇ ସନ୍ତୋଷ ପ୍ରକାଶ କରିଛି । ଏହାପରେ କୁହାଯାଉଛି କି ତାଙ୍କ କମ୍ପାନୀକୁ ଭାରତରେ ଖୁବ୍ ଶୀଘ୍ର ଅନୁମତି ମିଳିଯିିବ ।

୨୦୧୯ରେ ଷ୍ଟାରଲିଙ୍କ ଆରମ୍ଭ ହୋଇଥିଲା ଓ ୫୬ରୁ ଅଧିକ ଦେଶରେ ଏବେ ଏହାର ସେବା ଯୋଗାଇ ଦିଆଯାଉଛି । ଷ୍ଟାରଲିଙ୍କ ଭାରତରେ ଆସିବା ଦ୍ୱାରା ଇଣ୍ଟରନେଟ୍ ଦୁନିଆରେ ଏକ ବହୁତ ବଡ ପରିବର୍ତ୍ତନ ଆସିବ । ଇଣ୍ଟରନେଟ୍ ସ୍ପିଡ୍ ଭାରତରେ ବହୁ ଗୁଣରେ ବଢିଯିିବ । ଏହାର ସିଧା ମୁକାବିଲା ରିଲାଏନ୍ସ ଜିଓ ସହିତ ହେବ ।

Get real time updates directly on you device, subscribe now.