fbpx
BJD
BJD SKY
BJD SKY

କୋଲକାତାକୁ ଯାଉଥିବା ବିମାନ ଫେରିଆସିଲା ଓଡିଶା, ଜାଣନ୍ତୁ କାରଣ

ଓଡିଶା ଭାସ୍କର: କୋଲକାତାକୁ ଯାଉଥିବା ବିମାନ ଫେରିଆସିଲା ଓଡିଶା। ବିମାନରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବା ପରେ ପାଇଲଟ୍‌ ବିମାନଟିକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲେ ବୋଲି ଏୟାରଲାଇନ୍ସ କହିଛି।

ସୂଚନା ଅନୁଯାୟୀ, ଓଡିଶାର ଜୟପୁର ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ଉଡ଼ାଣ ଭରିଥିବା ଏକ ଇଣ୍ଡିଗୋ ବିମାନ ସୋମବାର ପୁଣିଥରେ ଜୟପୁରକୁ ଫେରିଆସିିଛି। ତେବେ ୬ଇ୭୮୪ ବିମାନଟି କୋଲକାତା ଅଭିମୁଖେ ଯାଉଥିବା ବେଳେ ବୈଷୟିକ ତ୍ରୁଟି ଚିହ୍ନଟ ହୋଇଥିଲା। ତା’ପରେ ପାଇଲଟ୍ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ଅନୁସରଣ କରି ବିମାନଟିକୁ ଜୟପୁରରେ ଅବତରଣ କରାଇଥିବା ଇଣ୍ଡିଗୋ ମୁଖପାତ୍ର କହିଛନ୍ତି। ଏହା ସହ ତ୍ରୁଟି ଚିହ୍ନଟ ହେବା ପରେ ବିମାନଟିକୁ ମରାମତି ପାଇଁ ପଠାଯାଇଥିବା ବେଳେ ଯାତ୍ରୀମାନଙ୍କ ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଥିଲା। ଏହି ଅସୁବିଧା ପାଇଁ ଇଣ୍ଡିଗୋ ଜୟପୁର-କୋଲକାତା ବିମାନରେ ଥିବା ଯାତ୍ରୀମାନଙ୍କୁ କ୍ଷମା ମାଗିଛି ବୋଲି ମୁଖପାତ୍ର କହିଛନ୍ତି।

 

 

Get real time updates directly on you device, subscribe now.