fbpx

ପାଦର ଆଙ୍ଗଠି କହିଥାଏ ବ୍ୟକ୍ତିତ୍ୱ, ଜାଣନ୍ତୁ କେମିତି… ଜାଣନ୍ତୁ କେମିତି…

ଓଡ଼ିଶା ଭାସ୍କର: ସାମ୍ରୁଦିକ ଶାସ୍ତ୍ର ଅନୁଯାୟୀ ଶାରୀରିକ ଗଠନ ଆଧାରରେ କୌଣସି ବ୍ୟକ୍ତିର ଚରିତ୍ର ବିଷୟରେ ସହଜରେ ନିର୍ଣ୍ଣୟ କରାଯାଇପାରିବ । କେବଳ ହାତ କିମ୍ବା ମଥାର ରେଖା ନୁହେଁ ବରଂ ପାଦର ଆକାରକୁ ନେଇ ମଧ୍ୟ ବ୍ୟକ୍ତିର ସ୍ୱଭାବ ଏବଂ ବ୍ୟବହାର ଏବଂ ଭବିଷ୍ୟ ବିଷୟରେ ଅନେକ କିଛି କହିହେବ । ତେବେ ଆସନ୍ତୁ ଜାଣିବା କ’ଣ କହୁଛି ଆପଣଙ୍କ ପାଦ ?

୧. ପତଳା ଆଙ୍ଗୁଠି: ଯେଉଁ ବ୍ୟକ୍ତିଙ୍କ ପାଦର ଆଙ୍ଗୁଳି ପତଳା ହୋଇଥାଏ ସେମାନେ ଭାବିଚିନ୍ତି ଖର୍ଚ୍ଚ କରିଥାନ୍ତି । ସବୁବେଳେ ନିଜ କାମ ଅନ୍ୟ ଉପରେ ଲଦିବା ସେମାମନଙ୍କ ଅଭ୍ୟାସ ଥାଏ ।

୨. ମୋଟା ଆଙ୍ଗୁଠି: ପାଦର ଆଙ୍ଗଳି ମୋଟା ଥିବା ବ୍ୟକ୍ତିମାନେ ଖୁସମିଜାଜ ପ୍ରକୃତିର ଥାନ୍ତି । ଏଭଳି ବ୍ୟକ୍ତି ଅନ୍ୟମାନଙ୍କ ସମସ୍ୟା ପ୍ରତି ବିଶେଷ ଗୁରୁତ୍ୱ ଦେଇଥାନ୍ତି ।

୩. ଆଙ୍ଗଳି ମଧ୍ୟରେ ଦୂରତା: ଯେଉଁ ବ୍ୟକ୍ତିଙ୍କ ପାଦର ଆଙ୍ଗଳି ମଧ୍ୟରେ ଅଧିକ ଦୂରତା ଥାଏ ସେମାନଙ୍କୁ ଏକୁଟିଆ ରହିବା ପସନ୍ଦ । ସେମାନଙ୍କୁ ପରିବାର ସହ ବେଶି ସମୟ ବିତାଇବା ପସନ୍ଦ ନୁହେଁ ।

୪. ବୁଢ଼ା ଆଙ୍ଗୁଠି ଲମ୍ବା ଏବଂ ଅନ୍ୟ ସମସ୍ତ ଆଙ୍ଗୁଠି ସମାନ: ବ୍ୟକ୍ତିଙ୍କ ପାଦରେ ଆଙ୍ଗଠିର ଗଠନ ଏଭଳି ରହିଥିଲେ ସେମାନେ ଗବେଷଣା କ୍ଷେତ୍ରରେ ସୁନାମ ଅର୍ଜନ କରିଥାନ୍ତି । ଏହା ସହ ସେମାନଙ୍କ ବାଣୀ ମଧୂର ହୋଇଥାଏ ।

୫. ବଡ଼ରୁ ଛୋଟ କ୍ରମ ଅନୁସାରେ ଆଙ୍ଗୁଠି: ଯେଉଁ ବ୍ୟକ୍ତିଙ୍କ ବୁଢ଼ା ଆଙ୍ଗଠି ଠାରୁ କାନି ଆଙ୍ଗୁଠି decreasing orderରେ ଥାଏ ସେଭଳି ଲୋକମାନେ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ଅଟନ୍ତି । ଏଭଳି ବ୍ୟକ୍ତି ଅନ୍ୟର କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ଏହା ସେମାନଙ୍କ ବୈବାହିକ ଜୀବନକୁ ପ୍ରଭାବିତ କରିଥାଏ ।

୬. ପ୍ରଥମ ଏବଂ ଦ୍ୱିତୀୟ ଆଙ୍ଗୁଠି ସମାନ: ପାଦର ପ୍ରଥମ ଏବଂ ଦ୍ୱିତୀୟ ଆଙ୍ଗୁଠି ସମାନ ଥିବା ବ୍ୟକ୍ତି ବହୁତ ପରିଶ୍ରମି ହୋଇଥାନ୍ତି । ଜୀବନରେ ସଂଘର୍ଷ ଦ୍ୱାରା ହାସଲ କରିଥିବା ସଫଳତା ପାଇଁ ପ୍ରଶଂସାର ପାତ୍ର ହୋଇଥାନ୍ତି । କିନ୍ତୁ ସେମାନେ ପ୍ରାୟ ଯୁକ୍ତିତର୍କରେ ଫସି ଯାନ୍ତି ।

୭. ପାଦର ସବୁ ଆଙ୍ଗୁଠି ଗୋଟିଏ ଆକାର: ଯେଉଁ ବ୍ୟକ୍ତିଙ୍କ ପାଦର ଆଙ୍ଗଠି ଗୋଟିଏ ଆକାରର ରହିଥାଏ ସେମାନେ କଳାପ୍ରେମୀ ହୋଇଥାନ୍ତି । ଏମାନଙ୍କ ବାଣୀ ମଧୁର ହେବା କାରଣରୁ ଲୋକମାନେ ସହଜରେ ପ୍ରଭାବିତ ହୋଇଥାନ୍ତି । ବିପରିତ ଲିଙ୍ଗ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ।

ଅପରପକ୍ଷରେ ଯେଉଁ ପୁରୁଷ ଏବଂ ନାରୀଙ୍କ ପାଦ ଫାଟିଥାଏ ସେମାନଙ୍କୁ ଭାଗ୍ୟର ସାଥ୍ ମିଳିନଥାଏ ଏବଂ ଦାରିଦ୍ରତା ସେମାନଙ୍କ ପିଛା ଛାଡ଼ି ନଥାଏ । କୁହାଯାଏ ଏହା କୌଣସି ଅଭିଶାପ କାରଣରୁ ହୋଇଥାଏ ଏବଂ ଏଭଳି ବ୍ୟକ୍ତି ସର୍ବଦା ନିଜ ଉପରେ ଦୋଷ ବହନ କରିଥାନ୍ତି ।

Get real time updates directly on you device, subscribe now.