fbpx

ଅକ୍ଷର ପଟେଲଙ୍କ ଏହି ଭୁଲ ପାଇଁ ଭୋଗୁଛି ଟିମ ଇଣ୍ଡିଆ: ହାରିପାରେ ପ୍ରଥମ ଟେଷ୍ଟ!

ନୂଆଦିଲ୍ଲୀ: ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ କମବ୍ୟାକ କରିଛି ଇଂଲଣ୍ଡ । ଓଲି ପୋପଙ୍କ ବିସ୍ଫୋରକ ଶତକ ସହ ମ୍ୟାଚର ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଭାରତ ଉପରେ ଭାରୀ ପଡ଼ିଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡଠାରୁ ୧୨୬ ରନ ପଡ଼ି ଯାଇଛି ଟିମ ଇଣ୍ଡିଆ । ତେବେ ଏହି ଇନିଂସରେ ଦଳର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଏକ ଭୁଲ ବର୍ତ୍ତମାନ ଭାରତ ପାଇଁ ବଡ଼ ସମସ୍ୟା ହୋଇଛି । ଏଥିପାଇଁ ବିଜୟ ଅଭିମୁଖେ ଯାଉଥିବା ଭାରତ ଏବେ ପରାଜୟର ସାମନା କରିପାରେ ବୋଲି ଆଶଙ୍କା କରାଯାଉଛି ।

ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତ ୪୩୬ ରନ କରି ଅଲ ଆଉଟ ହୋଇଛି । ତେବେ ଦ୍ୱିତୀୟ ଦିନରେ ଦମଦାର କମବ୍ୟାକ କରିଛି ଅତିଥି ଦଳ ଇଂଲଣ୍ଡ । ଷ୍ଟାର ବ୍ୟାଟର ଓଲି ପୋପ୍ ଏହି ଇନିଂସରେ ବିସ୍ଫୋରକ ଶତକ ହାସଲ କରି ଦଳକୁ ମଜବତ କରାଇଛନ୍ତି । କିନ୍ତୁ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଭୁଲ ଯୋଗୁଁ ପୋପ୍ ଏହି ମ୍ୟାଚରେ ଏକ ବିରାଟ ଇନିଂସ ଖେଳିଛନ୍ତି । ଭାରତୀୟ ଖେଳାଳିଙ୍କୁ ଅଧିକ ସୁଯୋଗ ନ ଦେଇ ଚତୁରତାର ସହ ମ୍ୟାଚ ଖେଳିଛନ୍ତି ପୋପ୍ । ଏହାପରେ ମଧ୍ୟ ରବିନ୍ଦ୍ର ଜାଡେଜା ତାଙ୍କୁ ଆଉଟ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲେ । କିନ୍ତୁୁ ସାଥୀ ଖେଳାଳି ଅକ୍ଷର ପଟେଲ ଏହାକୁ ଫେଲ କରି ଦେଇଛନ୍ତି । ୧୧୦ ରନ କରି ବ୍ୟାଟିଂ କରୁଥିବା ସମୟରେ ଜାଡେଜାଙ୍କ ଏକ ବଲରେ ରିଭର୍ସ ସ୍ୱିପ ଖେଳିବା ପାଇଁ ଚେଷ୍ଟା କରିଥିଲେ ପୋପ୍ । ଏହା ତାଙ୍କ ବ୍ୟାଟରେ ଲାଗି ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ପାଖକୁ କ୍ୟାଚ ଚାଲି ଯାଇଥିଲା । କିନ୍ତୁ ଅକ୍ଷର ପଟେଲ ଏହାକୁ ଧରିବାରେ ବିଫଳ ହୋଇଛନ୍ତି ।

ଅକ୍ଷର ପଟେଲଙ୍କ ଏହି ଭୁଲ ପାଇଁ ବର୍ତ୍ତମାନ ପୋପ୍ ୧୪୮ ରନ କରି ଅପରାଜିତ ରହିଛନ୍ତି । ଏହାବ୍ୟତୀତ ଇଂଲଣ୍ଡ ବିପକ୍ଷରେ ଭାରତର ସମସ୍ତ ବୋଲର ନିରାଶ ହୋଇଥିବା ଦେଖିବାକୁ ମିଳିଛି । ତେବେ ଫଳରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଉପରେ ୧୨୬ ରନର ଅଗ୍ରହଣୀ ହାସଲ କରିବାରେ ସଫଳ ହୋଇଛି ଇଂଲଣ୍ଡ । ତେବେ ଯଦି ଚତୁର୍ଥ ଦିନରେ ଇଂଲଣ୍ଡ ଭାରତକୁ ଏକ ବିଶାଳ ବିଜୟ ଲକ୍ଷ୍ୟ ଦିଏ, ତେବେ ଟିମ ଇଣ୍ଡିଆ ପାଇଁ ଏହା ଖୁବ କଷ୍ଟକର ହୋଇପାରେ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ମ୍ୟାଚ ଭାରତ ସପକ୍ଷରେ ରହିଥିବା ବେଳେ ତୃତୀୟ ଦିନରେ ଏହାର ଗତିପଥ ବଦଳାଇ ଦେଇଛି ଇଂଲଣ୍ଡ ସେନା ।

Get real time updates directly on you device, subscribe now.