fbpx
BSKY
BJD YOUTH SKY
BJD MS SKY

ଓଡିଶାକୁ ମାଡିଆସୁଛନ୍ତି ପଙ୍ଗପାଳ ! ହଳଦିଆ ନୁହେଁ, ଗୋଲାପୀ ଅଧିକ କ୍ଷତିକାରକ

ଭୁବନେଶ୍ୱର,୩୧ ।୫(ଓଡିଶା ଭାସ୍କର): ପାକିସ୍ତାନୀ ପଟରୁ ମାଡିଆସିଥିବା ପଙ୍ଗପାଳ ଦିନକୁ ଦିନ ଚିନ୍ତା ବଢାଇବାରେ ଲାଗିଛି । ରାଜସ୍ଥାନ ପରେ ପରେ ଓଡିଶା ଓ ବିହାରକୁ ଆସିପାରନ୍ତି ପଙ୍ଗପାଳ, ଯାହାକି ଚାଷୀ ଓ ଚାଷ ପାଇଁ ବିପଦ । ମୌସୁମୀ ପୂର୍ବରୁ ଅର୍ଥାତ୍ ଜୁନ ମାସ ୧୫ ତାରିଖ ସୁଦ୍ଧା ପଙ୍ଗପାଳ ଓଡିଶା ଆସିପାରନ୍ତି । ବର୍ଷା ଆସିବା ପୂର୍ବରୁ ଆସିବେ ଓ ବର୍ଷା ସରିଲେ ଚାଲିଯିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ପଙ୍ଗପାଳକୁ ନେଇ ଚାଷୀଙ୍କୁ ସଚେତନ ଓ ସର୍ତକ ରହିବାକୁ ଓୟୁଏଟି ପରାମର୍ଶ ଦେଇଛି । ଓୟୁଏଟି ଜିନ୍ ଲଳିତ ମୋହନ ଗଡନାୟକ ସୂଚନା ଦେଇ କହିଛନ୍ତି ଯେ, ସବୁ ଝିଣ୍ଟିକା ପଙ୍ଗପାଳ ନୁହଁନ୍ତି । ସେମାନଙ୍କର ମୁକାବିଲା କରିବା ପାଇଁ ପର୍ଯ୍ୟାପ୍ତ ଔଷଧ, ଟ୍ରାକ୍ଟର, ସ୍ପ୍ରେୟର ଯୋଗାଇକୁ ସରକାରଙ୍କୁ କୁହାଯାଇଛି । ତେବେ ହଳଦିଆ ନୁହେଁ ବରଂ ଗୋଲାପୀ ରଙ୍ଗର ପଙ୍ଗପାଳ ଅଧିକ କ୍ଷତିକାରକ । ଏନେଇ ଟିଭି ମାଧ୍ୟମରେ ଚାଷୀମାନଙ୍କୁ ସଚେତନ କରାଯିବ ।’

ଦୀନଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ମୁଖ୍ୟ ତଥା ଏଣ୍ଟୋମୋଲୋଜି ଶାଖାର ଅଧ୍ୟକ୍ଷ ଥିବା ପ୍ରଫେସର ରାଜେନ୍ଦ୍ର ସିଂହ କହିଛନ୍ତି ଯେ, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଅଭିଯାନକାଳରେ ପଙ୍ଗପାଳ ଆକ୍ରମଣାତ୍ମକ ହୋଇଥାନ୍ତି । ସେମାନଙ୍କ ଶରୀରର ରଙ୍ଗ ଏବଂ ଆକାର ମଧ୍ୟ ବଦଳିଯାଇଥାଏ । ଏହି ସମୟରେ ସେମାନଙ୍କର ପ୍ରଜନନ କ୍ଷମତା ଶହେ ଗୁଣ ବୃଦ୍ଧି ହୋଇଥାଏ।

Get real time updates directly on you device, subscribe now.