fbpx

ଭଦ୍ର ବ୍ୟବହାର ଦେଖାଇ ଘରେ କେହି ନ ଥିବା ବେଳେ କଳାକନା ବୁଲାଇଦେଲା ପାଖ ଘର ଭାଉଜ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଶ୍ୱାସରେ ବିଷ ଦେଲା ପଡ଼ୋଶୀ । ନିଜ ପଡ଼ୋଶୀ ଘରୁ ସୁନା ଚୋରୀ କରି ଆଉ ଏକ ଚୋରୀ କେସରେ ଫସିଲା । ଏଭଳି ଘଟଣା ପର୍ଦ୍ଧାଫାଶ କରିଛି ଚନ୍ଦ୍ରଶେଖରପୁର ପୋଲିସ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁନିତା ପଣ୍ଡା ସହ ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖରପୁର ପୋଲିସ । ସୁନିତା ପ୍ରଥମ ନିଜର ପଡ଼ୋଶୀ ଘରୁ ସୁନା ପିନ୍ଧିବା ପାଇଁ ତାଙ୍କୁ ମାଗିଥିଲେ ଏହା ପରେ ଫେରାଇବା ସମୟରେ କେଉଁ ସ୍ଥାନରେ ସୁନା ଓ ଚାବି ରାହୁଥିଲ ଦେଖିଥିଲେ । ଘରେ କେହି ନ ଥିବା ସମୟରେ ଏହାରି ଫାଇଦା ନେଇ ନିଜର ପଡ଼ୋଶୀ ଘରୁ ଚୋରୀ କରିଥିଲେ ।

ଏହି ଘଟଣାରେ ତାଙ୍କୁ ଗିରଫ କରାଯିବା ପରେ ଅନ୍ୟ ଏକ ଆପାର୍ଟମେଣ୍ଟରେ ଚୋରୀ ଘଟଣାରେ ସଂପୃକ୍ତି ଥିବା ନେଇ ସେ ମାନିଛନ୍ତି । ନିଜର ଭଦ୍ର ଓ ନମ୍ର ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ । ଆଉ ଏହାରି ଫାଇଦା ନେଇ ସେ ନିଜର ପଡ଼ୋଶୀ ଓ ଆପର୍ଟମେଣ୍ଟରୁ ଚୋରୀ କରିଥିଲେ । ଏହି ଘଟଣାରେ ତାଙ୍କୁ ସାହାଯ୍ୟ କରିଥିବା ଜଣେ ଅଟୋ ଚାଳକ ଓ ଅନ୍ୟ ଜଣେ ସୁନା ଦୋକାନର ମାଲିକକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ସେମାନଙ୍କ ଠାରୁ ପାଖାପାଖି ୭୦ ରୁ ୮୦ ଗ୍ରାମ ସୁନା ଜବତ କରାଯାଇଛି ।

Get real time updates directly on you device, subscribe now.