fbpx

କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ଆଶ୍ୱସ୍ତି; ଜ୍ୱର, ଡାଇବେଟିସ, ପେନ୍‌କିଲର ସହିତ ୩୯ ମେଡିସିନ୍ ହେଲା ଶସ୍ତା

ନୂଆଦିଲ୍ଲୀ: ରୋଗ ବେମାରୀରେ ପଡିଲେ ଗରିବ ସାଧାରଣ ଜନତା ଅର୍ଥାଭାବରୁ ଘାଣ୍ଟି ହୋଇଯାଆନ୍ତି । ସେଥିପାଇଁ ସରକାର ବିଭିନ୍ନ ସମୟରେ ଗରିବଙ୍କ ଲାଗି ବିଭିନ୍ନ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥାନ୍ତି । କରୋନା ମହାମାରୀ ପରେ ଦେଶରେ ବିଭିନ୍ନ ମେଡିସିନର ଦାମ୍ ଓ ମେଡିକାଲ୍ ଖର୍ଚ୍ଚ ୨ଗୁଣରୁ ବି ଅଧିକ ହୋଇଯାଇଛି । କିନ୍ତୁ ଏବେ ଏ ଦିଗରେ ମୋଦୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଯେଉଁ କାରଣରୁ ସୁଗାର, ପେନକିଲର, ଜ୍ୱର, ହୃଦରୋଗ, ଆଣ୍ଠୁଗଣ୍ଠି ଯନ୍ତ୍ରଣା ନିବାରକ ତେଲ, ସଂକ୍ରମଣ ମେଡିସିନ୍ ଶସ୍ତା କରି ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ୩୯ ମେଡିସିନର ଦାମ୍ ପୁନଃଧାର୍ଯ୍ୟ କରିଛନ୍ତି । ଏହାସହିତ ୪ ବିଶେଷ ମେଡିସିନକୁ ମଧ୍ୟ ମଞ୍ଜୁରୀ ମିଳିଛି । ନେସନାଲ୍ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି ଏ କ୍ଷେତ୍ରରେ ନୋଟିସ୍ ଜାରି କରିଛି । ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ଉପସ୍ଥାପନ ପୂର୍ବରୁ ଲୋକମାନଙ୍କର ଏ ଦିଗରେ ବେଶ୍ ଆଶା ରହିଥିଲା ।

ନେସନାଲ୍ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି ମେଡିସିନର କଳାବଜାରୀ ରୋକିବା ଲାଗି ୩୯ ମେଡିସିନର ଦାମ୍ ଧାର୍ଯ୍ୟ କରିଛନ୍ତି । ଏନପିଏ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି କି କେଉଁ କେଉଁ ମେଡିସିନ ଏହି ସୂଚୀରେ ସାମିଲ ହୋଇଛି । ଏଥିରେ ଡାଇବେଟିସ୍‌, ପେନକିଲର, ଜ୍ୱର, ହୃଦରୋଗ, ଆଣ୍ଠୁଗଣ୍ଠି ଯନ୍ତ୍ରଣା ମେଡିସିନ୍ ଶସ୍ତା ହୋଇଛି । ଏହାସହିତ ୪ ବିଶେଷ ମେଡିସିନ୍ ଉତ୍ପାଦକୁ ମଧ୍ୟ ମଞ୍ଜୁରୀ ମିଳିଛି ।

Get real time updates directly on you device, subscribe now.