fbpx
BSKY SKY
BSKY SKY

ଓଡ଼ିଶା ଆସୁଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର! ସାଧାରଣ ନିର୍ବାଚନ ପ୍ରସ୍ତୁତିକୁ ନେଇ କରିବେ ସମୀକ୍ଷା

BSKY

ଓଡ଼ିଶା ଭାସ୍କର: ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଏହାକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଉ ଏହି ପ୍ରସ୍ତୁତିକୁ ସମୀକ୍ଷା କରିବା ପାଇଁ ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓଡ଼ିଶା ଆସୁଛନ୍ତି। ଏହା ସହ ତାଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍ ମଧ୍ୟ ଓଡ଼ିଶା ଆସୁଥିବା ଜଣାପଡିଛି। ଏହି ଟିମ୍ ଆସନ୍ତା ୧୫ରୁ ୧୭ ତାରିଖ ପର୍ୟ୍ୟନ୍ତ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ସୂଚନା ରହିଛି।

ସୂଚନା ଅନୁଯାୟୀ, ୧୬ ତାରିଖରେ ଏହି ଟିମ୍ ବିଭିନ୍ନ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବେ। ଏଥିସହିତ ରାଜ୍ୟ ପଦାଧିକାରୀ, ଡିଇଓ, ଏସପି, ସିପି ଏବଂ ଆଇଜିଙ୍କ ସହ ମଧ୍ୟ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ୧୭ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କ ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନୋଡାଲ ଅଫିସର, ମୁଖ୍ୟଶାସନ ସଚିବ, ପୁଲିସ ଡିଜି ଏବଂ ଏନଫୋର୍ସମେଣ୍ଟ ଏଜେନ୍ସି ସହ ନିର୍ବାଚନ ବାବଦରେ ସମୀକ୍ଷା କରିବେ।

Get real time updates directly on you device, subscribe now.