fbpx

କୃଷକ ଆନ୍ଦୋଳନ ବେଳେ ବଡ଼ ଅଘଟଣ: DSPଙ୍କ ସମେତ ୨୪ ଯବାନ ଆହତ

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ପଞ୍ଜାବ ଓ ହରିୟାଣାର କୃଷକମାନେ ‘ଦିଲ୍ଲୀ ଚଲୋ’ ନାରା ଦେଇ ଆଗକୁ ବଢ଼ୁଥିବା ବେଳେ ସେମାନଙ୍କୁ ପଞ୍ଜାବ-ହରିୟାଣାର ଶମ୍ଭୁ ବର୍ଡରେ ସୁରକ୍ଷା ବାହିନୀ ପକ୍ଷରୁ ରୋକା ଯାଇଥିଲା । ଆନ୍ଦୋଳନରେ ସାମିଲ ହୋଇଥିବା କୃଷକଙ୍କୁ ରୋକିବା ପାଇଁ ଗତ ୧୩ ତାରିଖ ଦିନ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ବର୍ତ୍ତମାନ ସିଂଘୁ ବର୍ଡର, ଟିକରୀ ବର୍ଡର ଓ ଗାଜିପୁର ବର୍ଡରରେ ବହୁସଂଖ୍ୟକ ପୋଲିସଙ୍କୁ ମୁତୟନ କରାଯିବା ସହିତ ସୀମାଗୁଡ଼ିକରେ ସିମେଣ୍ଟ ଓ ଲୁହାର ବାରିକେଟ୍ ତିଆରି କରାଯାଇଛି ।

ତେବେ କୃଷକ ଆନ୍ଦୋଳନକୁ ନେଇ ଆସିଛି ଏକ ବଡ଼ ଘଟଣ । ବହୁ ସଂଖ୍ୟକ କୃଷକମାନେ ନିଜର ଦାବି ପୂରଣ ନେଇ ଦିଲ୍ଲୀ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ସୁରକ୍ଷାକର୍ମୀଙ୍କ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ଘଟିଥିଲା ଏକ ବଡ଼ ଅଘଟଣ । ଏହି ଘଟଣାରେ ଡିଏସପିଙ୍କ ସମେତ ହରିୟାଣା ପୋଲିସର ୨୪ ଜଣ ଯବାନ ଆହତ ହୋଇଛନ୍ତି ।

କୃଷକ ସଂଗଠନର ଆହ୍ୱାନ କ୍ରମେ ପଞ୍ଜାବ, ହରିୟାଣା ସମେତ ଦେଶର ବିଭିନ୍ନ ରାଜ୍ୟରୁ ଶତାଧିକ କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ଏହି ଆନ୍ଦୋଳନକୁ ରୋକିବା କରିବା ପାଇଁ ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ପୋଲିସ ସମେତ, ଡ୍ରୋନ କ୍ୟାମେରା ଓ ସିସିଟିଭିରେ ସମଗ୍ର ଅଞ୍ଚଳକୁ ଆଚ୍ଛାଦିତ କରାଯାଇଥିଲା । ନିଜର ଦାବି ନେଇ କୃଷକମାନେ ‘ଦିଲ୍ଲୀ ଚଲୋ’ ନାରା ଦେଇ ରାଷ୍ଟ୍ରୀୟ ରାଜଧାନୀରେ ପହଞ୍ଚୁଥିବା ଦେଖାଯାଇଥିଲା । ସରକାର ବଳ ପ୍ରୟୋଗ କରିବା ଛାଡ଼ିଦେଲେ ସେମାନେ ନିଜର ମତ ରଖିବେ ବୋଲି କୃଷକ ନେତା କହିଥିଲେ ।

Get real time updates directly on you device, subscribe now.