କେତେଘଣ୍ଟା ଫୋନ୍ ଦେଖନ୍ତି ଓ ସବୁଠାରୁ ଅଧିକ କେଉଁ ଆପ୍ ବ୍ୟବହାର କରନ୍ତି ବିରାଟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଓଡ଼ିଶା ଭାସ୍କର: ବିରାଟ କୋହଲି ନିଜର ଫୋନ୍ ଓ ପ୍ରିୟ ଆପ୍‌କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଦିନରେ କେତେ ସମୟ ପର୍ଯ୍ୟନ୍ତ ସେ ନିଜର ଫୋନ୍ ବ୍ୟବହାର କରିଥାନ୍ତି ସେ ବିଷୟରେ ସେ ମୁହଁ ଖୋଲିଛନ୍ତି । hustlewithritik ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟ ବିରାଟଙ୍କ ସହ କଥୋପକଥନର ଏହି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଫୋନ୍ ୟୁଜ୍ କରିବା ବିଷୟରେ କହିଛନ୍ତି ।

ବିରାଟ କହିଛନ୍ତି ସେ ସାରା ଦିନରେ ମାତ୍ର ୧ରୁ ଦେଢ ଘଣ୍ଟା ହିଁ ଫୋନ୍ ୟୁଜ୍ କରିଥାନ୍ତି । ଏହାପୁଣି ଲଗାତର ଏକ ଘଣ୍ଟା ପାଇଁ ନୁହେଁ ମଝିରେ ମଝିରେ ମିଶାଇ ସେ ମୋଟ ଏତିକି ସମୟ ପର୍ଯ୍ୟନ୍ତ ଫୋନ୍ ୟୁଜ୍ କରିଥାନ୍ତି । ଏହା ବ୍ୟତିତ ସେ ନିଜର ପ୍ରିୟ ଆପ୍ ବିଷୟରେ ବି ସୂଚନା ଦେଇଛନ୍ତି । ତାଙ୍କର ପ୍ରିୟ ଆପ୍ youtube ବୋଲି ସେ କହିଛନ୍ତି । କାରଣ ତାଙ୍କୁ ଗୀତ ଶୁଣିବା ବହୁତ ପସନ୍ଦ । ତେବେ ସେ ସଙ୍ଗୀତ youtube ରେ ଶୁଣିଥାନ୍ତି କି youtubeମ୍ୟୁଜିକରେ ଏହା ସ୍ପଷ୍ଟ କରିନାହାନ୍ତି ।  youtube ୟୁଜ୍ କରିବା ପରେ ବି ତାଙ୍କ ସ୍କ୍ରିନ୍ ଟାଇମ୍ ବହୁତ କମ୍ ଅଟେ ।